Wed. Sep 9th, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଶିବାନୀଙ୍କ ମୃତଦେହ

305 Views

ଖୋର୍ଦ୍ଧା : ଚାରି ଦିନ ହେବ ନିଖୋଜ ଥିଲେ। ଆଜି ମିଳିଲା ଝୁଲନ୍ତା ମୃତଦେହ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ମୃତକ ଜଣଙ୍କ ଶିବାନୀ ବେହେରା। ତାଙ୍କ ଘର ବେଗୁନିଆ ଥାନା ଭୁଆଷୁଣିପାଟଣା ଗାଁର।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ବେହେରାଙ୍କ ଝିଅ ଶିବାନୀ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ବିଲ ଭିତରେ ଥିବା ଏକ ନିମ୍ବଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବେଗୁନିଆ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

By amfnews

Related Post