Thu. Jun 11th, 2026

ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ୍‌ ଚୂଡ଼ାନ୍ତ ନୁହେଁ, ବିଜେପି ଜିଣିବ ଓ ସରକାର ଗଢ଼ିବ: ମୁଖ୍ୟମନ୍ତ୍ରୀ ରଘୁବର ଦାସ

258 Views

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚତୁର୍ଥ ରାଉଣ୍ଡରେ ପହଞ୍ଚିଛି। ଏଯାବତ୍ ମିଳିଥିବା ଟ୍ରେଣ୍ଡ୍‌ରେ କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ବିଜେପିଠାରୁ ଆଗୁଆ ଥିଲେ ବି ବିଜେପି କ୍ଷମତାକୁ ଫେରିବ ବୋଲି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦାବି କରିଛନ୍ତି।

ସୋମବାର ସକାଳେ ଭୋଟ୍‌ ଗଣତି ଆରମ୍ଭ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରି ରଘୁବର ଆସନ୍ନ ପରାଜୟ କଥା ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ମେଣ୍ଟ ଆଗେଇଥିବା ଟ୍ରେଣ୍ଡ୍‌ ଚୂଡ଼ାନ୍ତ ନୁହେଁ। ବିଜେପି ପୁଣି ଝାଡ଼ଖଣ୍ଡରେ ସରକାର ଗଠନ କରିବ।

ସାମ୍ବାଦିକମାନଙ୍କୁ ରଘୁବୀର କହିଛନ୍ତି: ଏହି ଟ୍ରେଣ୍ଡ୍‌  ଚୂଡ଼ାନ୍ତ  ନୁହେଁ। ଆହୁରି ଅନେକ ପର୍ଯ୍ୟାୟରେ ଭୋଟ୍‌ ଗଣତି ହେବ। ଏବେ ଠାରୁ ଟ୍ରେଣ୍ଡ୍‌ ଉପରେ ମନ୍ତବ୍ୟ ଦେବା ଅନୁଚିତ। ପରେ ମୁଁ ରାଞ୍ଚିରେ ସାମ୍ବାଦିକ ସମ୍ମିଳନୀ କରିବି। କେବଳ ସେତିକି ନୁହେଁ, ସେ ଦୃଢ଼ୋକ୍ତି କରିଥିଲେ,‘ ଆମେ ଖାଲି ଜିତିବୁ ନାହିଁ, ବିଜେପି ନେତୃତ୍ୱରେ ଝାଡ଼ଖଣ୍ଡରେ ସରକାର ଗଢ଼ିବୁ। ରଘୁବରଙ୍କ ବିରୋଧରେ ଲଢ଼ୁଥିବା  ବିଦ୍ରୋହୀ ପ୍ରାର୍ଥୀ ସରଯୁ ରାୟ ବିଜେପିର କ୍ଷତି କରିଛନ୍ତି କି, ବୋଲି ପଚରା ଯିବାରୁ ସେ କହିଥିଲେ, ସରଯୁ ରାୟ କ୍ଷତି କରିଥିଲେ ମୁଁ ଭୋଟ୍‌ ପାଇ ନ ଥାଆନ୍ତି। ଉଲ୍ଲେଖଯୋଗ୍ୟ, ଦଳୀୟ ଟିକେଟ ନ ପାଇବାରୁ ସରଯୁ ବିଜେପି ବିରୋଧରେ ବିଦ୍ରୋହ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ରଘୁବରଙ୍କ ବିରୋଧରେ ନିର୍ବାଚନକୁ ଓହ୍ଲାଇ ଥିଲେ।

By amfnews

Related Post