Fri. Aug 14th, 2026

ଝାରସୁଗୁଡ଼ା: ଦୁର୍ଘଟଣାରେ ଯୁବତୀ ମୃତ, ଯୁବକ ଗୁରୁତର

282 Views

ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧୨ଟା ସମୟରେ ଝାରସୁଗୁଡ଼ା ଇକୋ ପାର୍କ ପାଖରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଯୁବତୀଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାସ୍ଥିତ ଭିମସାରକୁ ସ୍ଥାନାନ୍ତରଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବଢ଼େଇମୁଣ୍ଡା ଅଞ୍ଚଳର ସୁରେଶ କେଶରୀଙ୍କ ପୁଅ ଋତିକ କେଶରୀ ଓ ଅନ୍ୟ ଜଣେ ଯୁବତୀ ଏକ ସ୍କୁଟରେ ଯାଉଥିଲେ। ଯୁବତୀ ଜଣକ ସ୍କୁଟି ଚଲାଉଥିିବା ବେଳେ ଋତିକ ତାଙ୍କ ପଛରେ ବସିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସାମନାପଟୁ ଆସୁଥିିବା ଏକ ଟ୍ରାକ୍ଟରକୁ ଦେଖି ସ୍କୁଟି ଚଲାଉଥିବା ଯୁବତୀ ଜଣକ ହଡ଼ବଡ଼େଇ ଯାଇ ଗାଡ଼ିକୁ ନେଇ ଟ୍ରାକ୍ଟର ପଛରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ପରିଚୟ ମିଳି ପାରି ନାହିଁ। ତାଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post