Thu. May 14th, 2026

ଜୟବାଲାଜି କମ୍ପାନୀ ଦୁର୍ଘଟଣାରେ ସ୍ୱର୍ଗତ ରୁପେଶଙ୍କ ପରିବାରକୁ ବିଧାୟକଙ୍କ ପ୍ରଚେଷ୍ଟାରେ କ୍ଷତିପୂରଣ ପ୍ରଦାନ

425 Views

ରାଉରକେଲା, ୨୮/୬: ଟାଇଁସର ସ୍ଥିତ ଜୟବାଲାଜୀ  ଜ୍ୟୋତି ଷ୍ଟିଲ୍ ଲିମିଟେଡ୍ ପରିସରରେ କାର୍ଯ୍ୟ କରୁଥିବା ବେଳେ ୧୫ ମିଟର ଉଚ୍ଚତାରୁ ତଳକୁ ପଡିଯାଇ ପ୍ରାଣ ହରାଇଥିବା ମା’ ସନ୍ତୋଷୀ କନ୍ଷ୍ଟ୍ରକସନ କମ୍ପାନୀର ଠିକା ଶ୍ରମିକ ସ୍ୱର୍ଗତ ରୁପେଶ ପାତ୍ରଙ୍କ ପରିବାର ସଦସ୍ୟଙ୍କୁ ରଘୁନାଥପାଲୀ ବିଧାୟକ ତଥା ସୁନ୍ଦରଗଡ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ପ୍ରଚେଷ୍ଟାରେ ନିର୍ଦ୍ଧାରିତ କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

ଗତ ୨୬ ତାରିଖ ଦିନ ଜୟ ବାଲାଜୀ କମ୍ପାନୀରେ ଘଟିଥିବା ଦୁର୍ଘଟଣା ପ୍ରସଙ୍ଗ ନେଇ ସେକ୍ଟର-୪ ସ୍ଥିତ ପିଡବ୍ଲ୍ୟୁଡିଆଇବି ଠାରେ ବିଧାୟକ ଶ୍ରୀ ତରାଇଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଉପସ୍ଥିତ ସଦସ୍ୟ ଦୁର୍ଘଟଣାରେ ମୃତ ରୁପେଶ ପାତ୍ରଙ୍କ ପରିବାର ସଦସ୍ୟ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ଜୟ ବାଲାଜୀ ଜ୍ୟୋତି ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ସ୍ୱର୍ଗତ ରୁପେଶଙ୍କ ବାପା ମହେଶ୍ୱର ପାତ୍ରଙ୍କୁ ୫ ଲକ୍ଷ ଟଙ୍କା ଏବଂ ମା/ ସନ୍ତୋଷୀ କନ୍ଷ୍ଟ୍ରକସନ କମ୍ପାନୀ ପକ୍ଷରୁ ୮୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି ।

ପରେ ସେହିଦିନ ନିଷ୍ପତ୍ତି ଆଧାରରେ ମା’ ସନ୍ତୋଷୀ କନ୍ଷ୍ଟ୍ରକସନ କମ୍ପାନୀ ତୁରନ୍ତ ସେଠାରେ ୨୦ ହଜାର ଟଙ୍କା ଶ୍ରୀ ପାତ୍ରଙ୍କୁ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ବୀମା ତଥା ଅନ୍ୟାନ୍ୟ ସୂତ୍ରରୁ ସ୍ୱର୍ଗତ ରୁପେଶଙ୍କ ପରିବାର ସଦସ୍ୟଙ୍କୁ ମିଳିବାକୁ ଥିବା ପ୍ରାପ୍ୟ ଯେପରି ଯଥାଶୀଘ୍ର ମିଳିବ ସେଥିପାଇଁ ବିଧାୟକ ଶ୍ରୀ ତରାଇ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନାରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ, ଜ୍ୟୋତି ରଞ୍ଜନ ମହାନ୍ତି, ପ୍ରହ୍ଲାଦ ନାୟକ, ବିକାଶ ଚୌଧୁରୀ, ଜଗଦିଶ, ଜିତୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post