Sun. Aug 23rd, 2026

ଜୟପୁର: ଅପରାଧୀ-ପୁଲିସ ଗୁଳିବିନିୟମ, ଖସିଗଲେ ୩ ଅପରାଧୀ

289 Views

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୁଲିସ ଓ ୩ ଜଣ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଭୋର ସାଢ଼େ ୪ଟା ସମୟରେ ଗୋପବନ୍ଧୁ ନଗରରେ ୩ ଜଣ ଅପରାଧୀ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ପାଟ୍ରୋଲିଂ ଦେଖି ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ଜବାବରେ ପୁଲିସ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ଗୁଳି ଜଣେ ଅପରାଧୀଙ୍କ ଗୋଡ଼ରେ ବାଜିଥିବା କୁହାଯାଉଥିବା ବେଳେ ପୁଲିସ ଉପରକୁ ଗୁଳି ଚଳାଇ ଅପରାଧୀମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି।

ଜୟପୁର ଟାଉନ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାକେଶ ପ୍ରସାଦ, ଶଙ୍କର ସାହୁ ଓ ଶଙ୍କର ପାଣିଗ୍ରାହୀ ନାମକ ୩ ଜଣ ଅପରାଧୀ ଗୋପବନ୍ଧୁ ନଗର ଅଞ୍ଚଳରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସେମାନଙ୍କ ସହିତ ପୁଲିସର ଗୁଳିବିନିମୟ ହୋଇଛି। ତେବେ ଅପରାଧୀମାନେ ଖସିଯାଇଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛିି ବୋଲି ପୁଲିସ କହିଛି।

By amfnews

Related Post