Fri. Oct 2nd, 2026

ଜ୍ଞାନପୀଠ ବିଜେତା ପ୍ରତିଭା ରାୟଙ୍କ ସ୍ୱାମୀଙ୍କ ପରଲୋକ

389 Views

ଭୁବନେଶ୍ୱର : ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ସାହିତ୍ୟିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ  ହୋଇଥିଲା। ଅବସରପ୍ରାପ୍ତ ଅଧୀକ୍ଷଣ ୟନ୍ତ୍ରୀ ଭାବେ ଅବସରପ୍ରାପ୍ତ ନେଇଥିବା ଅକ୍ଷୟ ଚନ୍ଦ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା  ଅକ୍ଷୟ  ଗତକାଲି ଅପରାହ୍ନରେ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରୁ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ମାତ୍ର ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି।

By amfnews

Related Post