Sat. Apr 25th, 2026

ଜେଲ୍‌ରେ ମାତ୍ର ୧୨ଟଙ୍କାରେ ମିଳୁଛି ଗୋଟିଏ ଛପା ବାହାଘର କାର୍ଡ

262 Views

ଲକ୍ଷ୍ନୌ: ଆପଣ ଯଦି ନିଜର କୌଣସି ସଂପର୍କୀୟଙ୍କ ପାଇଁ ବାହାଘର କାର୍ଡ ଛପାଇବାକୁ ଚାହୁଁଛନ୍ତି, ତେବେ ସବୁଠାରୁ ଭଲ ଓ ଶସ୍ତାରେ ଏହି ସୁବିଧା ମିଳିବ ଆପଣଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଆଦର୍ଶ କାରଗାରରେ। ଏଠାରେ ଆପଣଙ୍କୁ କମ୍‌ ମୂଲ୍ୟରେ ବିବାହ କାର୍ଡ ଛାପିବାର ସୁବିଧା ମିଳିବ। ଏଠାରେ ଜେଲ୍‌ରେ ପ୍ରାୟ ୧୨ଟଙ୍କା ବ୍ୟୟରେ ଗୋଟିଏ ବାହାଘର କାର୍ଡ ଛପାଇ ପାରିବେ। ଗୋସାଇଗଂଜରେ ଥିବା ଆଦର୍ଶ କାରାଗାର ହେଉଛି ଉତ୍ତର ପ୍ରଦେଶର ଏକମାତ୍ର ଜେଲ୍‌, ଯେଉଁଠାରେ ସରକାରୀ କାର୍ଯ୍ୟାଳୟର ଅବ୍ୟବହୃତ କାଗଜ ଅଣାଯାଇ ନୂଆ ରୂପ ଦେଇ କାର୍ଡ ଛପାଯାଉଛି।

ଜେଲ୍‌ ଅଧୀକ୍ଷକ ଆରଏନ୍‌ ପାଣ୍ଡେଙ୍କ ଅନୁଯାୟୀ ପ୍ରଥମ ଥର ପାଇଁ ରଦି କାଗଜର ବ୍ୟବହାରରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। କଏଦୀମାନେ ମଧ୍ୟ ଖୁବ୍‌ ଆଗ୍ରହର ସହକାରେ ଏହି କାର୍ଯ୍ୟ କରୁଥିବା କୁହାଯାଇଛି। ସ୍ୱଚ୍ଛତା ଓ କଏଦୀମାନଙ୍କୁ ସ୍ୱାବଲମ୍ବନ କରିବା ଏହି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

By amfnews

Related Post