Thu. Sep 24th, 2026

ଜେଲ୍‌ରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଲା, ପରେ ଯୁବକଙ୍କ ପରିଚୟ ଜାଣି ମୁଣ୍ଡରେ ହାତ ଦେଲା ଅଭିଯୁକ୍ତ

383 Views

ସୂଚନା ମୁତାବକ, ଜଣେ ଅଭିଯୁକ୍ତକୁ ପୁଲିସ ହାତକଡ଼ି ପକାଇ ଆଣିଥିବା ବେଳେ ହାତକଡ଼ିଟି ଅଧିକ ଜାମ୍‌ ହୋଇ ଯାଇଛି ବୋଲି କହିଥିଲା ଅଭିଯୁକ୍ତ । ଟିକେ ଢ଼ିଲା କରିବା ପାଇଁ ପୁଲିସକର୍ମୀ ଗୋଟେ ପଟ ହାତର ହାତକଡ଼ି ଫିଟାଇବା ପରେ ଅଭିଯୁକ୍ତ ଏହାର ସୁଯୋଗ ନେଇ ଖସି ପଳାଇଥିଲେ । କିଛି ବାଟ ଯାଇ ସେ ହାଇେଓ୍ଵରେ ପହଞ୍ଚିବା ସହ ସେଠାରୁ ଯିବା ପାଇଁ ବାଟରେ ଯାଉଥିବା ଗାଡ଼ିକୁ ଅଟକାଇବାକୁ ଲାଗିଥିଲେ । କୌଣସି ଗାଡ଼ି ଅଟକୁ ନଥିବା ବେଳେ କିଛି ସମୟ ପରେ ଏକ ଗାଡ଼ିଟି ଅଟକିଥିଲା । ଖୁସିରେ ଅଭିଯୁକ୍ତ କାର୍‌ରେ ବସିଯିବା ସହ ଗାଡ଼ି ଚଳାଉଥିବା ଯୁବକ ଜଣେ ପୁଲିସ ଅଫିସର ଜାଣି ପାରି ନଥିଲେ ।

ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କ ହାତରେ ହାତକଡ଼ି ଦେଖି ପୁଲିସକର୍ମୀ ସବୁ ଜାଣିବା ପାରିବା ସହ ତାଙ୍କୁ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଲିଫ୍ଟ ଦେଇଥିବା ଯୁବକ ପୁଲିସକର୍ମୀ ବୋଲି ଜାଣି ଅଭିଯୁକ୍ତଙ୍କ ହୋସ ଉଡ଼ି ଯାଇଥିଲା । ଏବେ ସେ ଜେଲ୍‌ରେ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି ।

By amfnews

Related Post