Mon. Aug 17th, 2026

ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଇସ୍ତଫା ଦେବା ଉଚିତ : ବି.ଏସ ୟେଦୁରପ୍ପା

345 Views

ବେଙ୍ଗଲୁରୁ : ବିଜେପିର କର୍ଣ୍ଣାଟକ ପ୍ରଦେଶ ଅଧ୍ୟକ୍ଷ ବି.ଏସ ୟେଦୁରପ୍ପା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ଇସ୍ତଫା ଦାବି କରିଛନ୍ତି। ଜେଡିଏସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା ମେଣ୍ଟ ସରକାରକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ କର୍ଣ୍ଣାଟକର ଯେକୌଣସି ସମୟରେ ମଧ୍ୟବର୍ତ୍ତୀ ନିର୍ବାଚନ ହୋଇପାରେ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବି.ଏସ ୟେଦୁରପ୍ପା କହିଛନ୍ତିି ଯେ ଆଭ୍ୟନ୍ତରୀଣ ମତଭେଦ ଯୋଗୁଁ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ବେଶି ଦିନ ତିଷ୍ଠିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେମାନେ ସରକାର ଚଳାଇ ପାରୁନାହାନ୍ତି,ତେବେ ଏଚ ଡି କୁମାର ସ୍ୱାମୀ ତୁରନ୍ତ ଇସ୍ତଫା ଦେବା ଉଚିତ।

ୟେଦୁରପ୍ପା କହିଛନ୍ତି ଯେ,ବିଜେପିର ଅଧ୍ୟକ୍ଷ ଭାବେ ସେ ସ୍ପଷ୍ଟ କରିବାକୁ ଚାହେଁ ଯେ ତାଙ୍କ ପାଖରେ ୧୦୫ ଜଣ ବିଧାୟକ ଅଛନ୍ତି। କଂଗ୍ରେସ -ଜେଡିଏସର ୨୦ ଜଣ ଅସନ୍ତୁଷ୍ଟ ବିଧାୟକ ଅଛନ୍ତି। ସେମାନଙ୍କ ସହ ମିଶି ସରକାର ଗଠନ କରି ରାଜ୍ୟକୁ ପ୍ରଗତି ପଥରେ ନେଇ ଯିବେ ବୋଲି କହିଛନ୍ତି ୟେଦୁରପ୍ପା । ଲୋକେ ବିଧାନସଭା ନିର୍ବାଚନର ମାତ୍ର ୧୩ ମାସରେ  ପୁଣି ଥରେ  ନିର୍ବାଚନ ଚାହାଁନ୍ତି ନାହିଁ ଜନତା ବୋଲି ସେ କହିଛନ୍ତି।

 

By amfnews

Related Post