Thu. Oct 15th, 2026

ଜେଇଇ ମେନ୍ ପରୀକ୍ଷାରେ ସାମିଲ ହେବ ଓଜେଇଇ: ୨ଟି ପର୍ଯ୍ୟାୟରେ ପରୀକ୍ଷା, ଜାନୁଆରୀ ୬ରୁ ଆରମ୍ଭ

303 Views

ଭୁବନେଶ୍ୱର : ସର୍ବ ଭାରତୀୟ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ମେନ୍(ଜେଇଇ) ପରୀକ୍ଷାରେ ଓଜେଇଇ(ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିନେସନ) ସାମିଲ ହେବ। ଏହି ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁୟାରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ ରୁ ୨୦ ମଧ୍ୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଅସଫଳ ହେବେ ସେହି ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ । ଇଂଟିଗ୍ରେଟ ଏମ.ଏସ.ସି ପାଇଁ ଜେଇଇ ମେନ୍ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ। ଏହି ପରୀକ୍ଷାକୁ ପ୍ରଥମ ଥର ପାଇଁ ଏନଟିଏ(ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି) ପରିଚାଳନା କରିବ ।

By amfnews

Related Post