Fri. Jun 26th, 2026

ଜେଆଇଟିପିଏଲ୍‌ ପ୍ଲାଣ୍ଟ ଆଗରେ ଧାରଣା, ୮୭ ଗିରଫ

362 Views

କଣିହାଁ: କଣିହାଁ ବ୍ଲକ୍‌ ଡେରେଙ୍ଗ ଜେଆଇଟିପିଏଲ୍‌ରେ କାର୍ଯ୍ୟରତ ଶ୍ରମିକମାନେ ବର୍ଦ୍ଧିତ ହାରରେ ଦରମା ଓ ଅନ୍ୟାନ୍ୟ ଆଲାଉନ୍ସ ଦାବିରେ ଗତ ୨୩ ତାରିଖଠାରୁ ଶ୍ରମିକ ସ˚ଘ ସଭାପତି ସୁଧାକର ବେହେରାଙ୍କ ନେତୃତ୍ବରେ ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଜିନ୍ଦଲ କମ୍ପାନିକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହେବା ସହିତ ପ୍ଲାଣ୍ଟରେ କାମ ଠପ୍‌ ହୋଇପଡ଼ିଛି। ଏ ସମସ୍ୟାର ସମାଧାନ ପାଇଁ ପ୍ରଶାସନ, କମ୍ପାନି କତ୍ତୃର୍ପକ୍ଷ ଓ ପୁଲିସ୍‌ ପକ୍ଷରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଶ୍ରମିକମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିବା ସହ ଆନ୍ଦୋଳନ ଜାରି ରଖିଥିଲେ। ଏ ନେଇ ତାଳଚେର ଉପଜିଲ୍ଲାପାଳଙ୍କଠାରେ ୧୦୭ କେସ୍ ରୁଜୁ ହେବା ସହିତ ଆନ୍ଦୋଳନକାରୀମାନଙ୍କୁ ଆଲୋଚନା ପାଇଁ ଡାକରା ହୋଇଥିଲା। ତେବେ ଆନ୍ଦୋଳନକାରୀମାନେ ଏହାକୁ ଭ୍ରୁକ୍ଷେପ ନ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେଲେ ନାହିଁ। ଆଜି ଘଟଣାସ୍ଥଳରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ପାଳଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ, କଣିହାଁ ତହସିଲଦାର ଅ˚ଶୁମାନ ଶତପଥୀ ଏବ˚ କଣିହାଁ ଭାରପ୍ରାପ୍ତ ଥାନା ଅଧିକାରୀ ସୁକାନ୍ତି କେର୍କେଟାଙ୍କ ଉପସ୍ଥିତିରେ ପୁଲିସ୍‌ ଫୋର୍ସ ୮୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପୁଲିସର ଏପରି ଗିରଫଦାରୀକୁ ନିନ୍ଦା କରିଛନ୍ତି।

By amfnews

Related Post