Sat. Sep 26th, 2026

ଜୁଲିଏଟ୍‌ ଭୂମିକାରେ ଅବତୀର୍ଣ୍ଣ ହେଲେ ଝିଅ ସୁହାନା; ଖୁସିରେ ଫଟୋ ସେୟାର୍‌ କରି ପକାଇଲେ କିଙ୍ଗ୍‌ଖାନ ଶାହାରୁଖ

350 Views

ମୁମ୍ବାଇ, ଡିସେମ୍ବର ୦୨: ଅନେକ ସମୟରେ କିଙ୍ଗ୍‌ଖାନ ଶାହାରୁଖ ଓ ଝିଅ ସୁହାନାଙ୍କ ଫଟୋ ପୂର୍ବରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ସାରିଛି। ଜନ୍ମଦିନ ଉତ୍ସବ, ପୂଜାପର୍ବଣ କିମ୍ବା ସୁଟିଂ ସେଟ୍‌ରେ ହେଉ, ପୁଅ ଆର‍୍ୟାନ ଖାନଙ୍କ ଅପେକ୍ଷା ଝିଅ ସୁହାନାଙ୍କ ସହ ବିଶେଷ ନଜର ଆସିଥାନ୍ତି ସୁପର୍‌ଷ୍ଟାର୍‌ ଶାହାରୁଖ। ନିକଟରେ ଶାହାରୁଖ ନିଜ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଝିଅ ସହ ଏକ ଫଟୋ ସେୟାର୍‌ କରିଛନ୍ତି।

ଏହି ଫଟୋଟି ଦେବା ସହ କିଙ୍ଗ୍‌ଖାନ ତାଙ୍କ ଝିଅର ଜବରଦସ୍ତ ଅଭିନୟ ଦକ୍ଷତା ସଂପର୍କରେ ଉଲ୍ଲେଖ କରିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ସୁହାନା ଲଣ୍ଡନର ଆର୍ଡିଙ୍ଗ୍‌ଲି କଲେଜ୍‌ରେ ଅଧ୍ୟୟନ କରୁଛନ୍ତି। ସେଠାରେ ହେଉଥିବା ଏକ ନାଟକରେ ଭାଗ ନେଇଥିଲେ ଶାହାରୁଖଙ୍କ ତନୟା। ସୁହାନା ଜୁଲିଏଟ୍‌ଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ଶାହାରୁଖ ଲଣ୍ଡନ ଯାଇ ଝିଅଙ୍କୁ ଭେଟିବା ସହ ସେଠାରେ ତାଙ୍କ ନାଟକକୁ ଦେଖି ସୁହାନାଙ୍କ ଅଭିନୟ ଦକ୍ଷତାକୁ ତଉଲିଥିଲେ। ସେ ସମୟରେ ସୁହାନଙ୍କ ସହ ଉଠାଇଥିବା ଏକ ଫଟୋକୁ ଶାହାରୁଖ ଇନ୍‌ଷ୍ଟାରେ ସେୟାର୍‌ କରି ‘ଲଣ୍ଡନରେ ମୋ ଜୁଲିଏଟ୍‌’ ସହ ବୋଲି ଲେଖିଛନ୍ତି। ତେବେ ସେ ପୂରା ଟିମ୍‌କୁ ତାଙ୍କର ପରିଶ୍ରମ ଓ ଦକ୍ଷତା ପାଇଁ ପ୍ରଶଂସା କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

By amfnews

Related Post