Thu. May 14th, 2026

ଜୀବିତ ପୂର୍ବତନ ପତ୍ନୀଙ୍କୁ ଗଙ୍ଗାରେ ପିଣ୍ଡଦାନ କଲେ ୧୬୦ ଜଣ

346 Views

ବାରଣାସୀ:ଯେତେବେବେଳେ ଲୋକସଭାରେ ଭାଜପା ସାଂସଦ ହରିନାରାୟଣ ରାଜଭର ଦେଶରେ ଏକ ପୁରୁଷ କମିସନ୍‌ ଗଠନ ହେବା ନେଇ ପ୍ରସ୍ତାବ ଦେଲେ, ସେତେବେଳେ ସଂସଦରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସି ଏହି କଥାକୁ ଏକ ଥଟ୍ଟା ବୋଳଇ ଭାବିଥିଲେ। ମାତ୍ର ନିକଟରେ ଏକ ଏନଜିଓ ମାଧ୍ୟରେ ଏକକାଳୀନ ୧୬୦ ଜଣ ଲୋକ ସେମାନଙ୍କ ଛାଡ଼ପତ୍ର ନେଇ ଜୀବିତ ଥିବା ପୂର୍ବତନ ପତ୍ନୀଙ୍କୁ ସମୂହ ପିଣ୍ଡଦାନ କରିବା ସହିତ ପିଶାଚିନୀ ମୁକ୍ତି ତାନ୍ତ୍ରିକ କାର୍ଯ୍ୟ ସମ୍ପାଦନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସେଭ୍‌ ଇଣ୍ଡିଆ ଫାମିଲି ଫାଉଣ୍ଡେସନ୍‌ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବାରଣାସୀର ଗଙ୍ଗା ତଟରେ ଥିବା ମଣିକର୍ଣ୍ଣିକା ଶବଦାହ ଘାଟରେ ଭାରତର ବିଭିନ୍ନ ଅଞ୍ଚଳରୁ ୧୬୦ ଜଣ ବ୍ୟକ୍ତି ଆସି ଉପସ୍ଥିତ ହୋଇଥିଲେ। ସେଠାରେ ସେମାନେ ଜୀବିତ ଥିବା ସେମାନଙ୍କ ପୂର୍ବତନ ପତ୍ନୀମାନଙ୍କୁ (ଯେଉଁମାନ ବିଭିନ୍ନ କାରଣରୁ ସେମାନଙ୍କ ସ୍ୱାମୀମାନଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି) ସମୂହ ପିଣ୍ଡଦାନ ଦେଇ ସେମାନଙ୍କ ଅସଫଳ ବୈବାହିକ ଜୀବନ ଓ ଏହାକୁ ନେଇ ଅତୀତର ସ୍ମୃତି ସହିତ ଥିବା ସମସ୍ତ ସମ୍ପର୍କକୁ ଛିନ୍ନ କରିଥିଲେ। ପରେ ସେମାନେ ସାମୁହିକ ପିଶାଚିନୀ ମୁକ୍ତି ତନ୍ତ୍ରପୂଜା କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ସେଭ୍‌ ଇଣ୍ଡିଆ ଫାମିଲି ଫାଉଣ୍ଡେସନର ଅମିତ ଦେଶପାଣ୍ଡେ କହିଛନ୍ତି ଯେ ମଣିକର୍ଣ୍ଣିକା ଶବ ଘାଟରେ ଯେଉର୍ ପିଣ୍ଡଦାନ ହେଲା ତାହା ଦ୍ୱାରା ସେମାନେ ବିବାହ ଯୋଗୁଁ ସେମାନଙ୍କ ପୂର୍ବତନ ପତ୍ନୀମାନଙ୍କ ସହିତ ରହିଥିବା ଆବେଗିକ ବନ୍ଧନରୁ ନିଜକୁ ମୁକ୍ତି ଦେଇଛନ୍ତି। ସେଭ୍‌ ଇଣ୍ଡିଆ ଫାମିଲି ଫାଉଣ୍ଡେସନର ପ୍ରତିଷ୍ଠାତା ରାଜେଶ ଭଖାରିଆ କହିଛନ୍ତି ଯେ ଭାରତ ଏକ ପୁରୁଷପ୍ରଧାନ ରାଷ୍ଟ୍ର ହୋଇଥିଲେ ମଧ୍ୟ ପୁରୁଷମାନଙ୍କ ଅଧିକାରର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନିରନ୍ତର ଭାବେ ଯୌତୁକ ନିର୍ଯାତନା ଅଭିଯୋଗରେ ପୁରୁଷମାନଙ୍କୁ ନିର୍ଯାତନା ଦିଆଯାଉଥିିବା ପରିପ୍ରେକ୍ଷୀରେ ସମାଜର ଆଖି ଖୋଲିବାକୁଏହା ଏକ ପୟ୍ରାସ ବୋଲିି ଶ୍ରୀ ଭଖାରିଆ କହିଛନ୍ତି।

By amfnews

Related Post