Mon. Sep 28th, 2026

ଜୀବିତ ଥିଲେ ସୋରାବୁଦ୍ଦିନ୍‌ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିଥାଆନ୍ତେ: ପୂର୍ବତନ ପୁଲିସ ଆଇଜି ବଞ୍ଜାରା

393 Views

ମୁମ୍ବାଇ: ସୋରାବୁଦ୍ଦିନ୍‌ ଶେଖ୍‌ ଏନ୍‌କାଉଣ୍ଟର ମାମଲାରେ ପ୍ରମାଣ ଅଭାବରୁ ଦୋଷ ମୁକ୍ତ ହେବା ପରେ ଗୁଜୁରାଟ୍‌ ପୁଲିସର ପୂର୍ବତନ ଆଇଜି ଡି.ଜି.ବଞ୍ଜାରା ଏକ ବଡ଼ ଖୁଲାସା କରିଛନ୍ତି।

ବଞ୍ଜାରା କହିଛନ୍ତି ,‘ଯଦି ସୋରାବୁଦ୍ଦିନ୍‌ଙ୍କୁ ଗୁଜୁରାଟ ପୁଲିସ୍‌ର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍‌) ଏନ୍‌କାଉଣ୍ଟର କରି ନ ଥାନ୍ତା ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ହତ୍ୟା କରିଥାଆନ୍ତା।’

ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷମୁକ୍ତ ହେବାପରେ ସେ ଆହୁରି କହିଛନ୍ତି, ‘ଆଜି ଏହା ପ୍ରମାଣିତ ହେଲା କି ମୁଁ ଏବଂ ମୋର ଟିମ୍‌ ସତ୍ୟର ପକ୍ଷରେ ଥିଲୁ। ରାଜନୈତିକ କାରଣରୁ ମୁଁ ୯ ବର୍ଷ ଜେଲ୍‌ ଦଣ୍ଡ ଭୋଗିଲି। ମାତ୍ର ଆଜି ସତ୍ୟ ସମାମ୍ନାକୁ ଆସିଛି।’

ସୋରାବୁଦ୍ଦିନ୍‌ ଶେଖ ଏନ୍‌କାଉଣ୍ଟର ମାମଲାରେ ଡି.ଜି ବଞ୍ଜାରାଙ୍କ ସମେତ ୨୨ ଜଣ ପ୍ରମାଣ ଅଭାବରେ ଦୋଷମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ଗୁଲାବ ଚାନ୍ଦ କଟୋରିଆ, ପୂର୍ବତନ ଗୁଜୁରାଟ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଗୀତା ଜୋହର ଅଛନ୍ତି।

By amfnews

Related Post