Thu. May 14th, 2026

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର:୧୮୯ ଅଭିଯୋଗ, ୧୦୦ ର ସମାଧାନ

478 Views

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନିଖିଲ୍ ପବନ କଲ୍ୟାଣ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରୁ ଆସିଥିବା ଲୋକମାନଙ୍କର ଅଭିଯୋଗମାନ ଶୁଣାଣି କରିଥିଲେ । ଶିବିରରେ ମୋଟ୍ ୧୮୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

ସେଥିମଧ୍ୟରୁ ୧୮୫ ଟି ବ୍ୟକ୍ତିଗତ ଅଭିଯୋଗ, ୪ ଟି ଗ୍ରାମର ସମସ୍ୟା ସଂପର୍କିତ  ଦରଖାସ୍ତ ଅନ୍ତର୍ଭୁକ୍ତ । ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ଆସିଥିବା ୧୬ ଟି ଅଭିଯୋଗ ପତ୍ର  ସଂପର୍କରେ ସମୀକ୍ଷା କରାଯାଇ ୫୦ ହଜାର ଟଙ୍କା ୧୪୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ୧୦୦ ଟି ଅଭିଯୋଗର ଫଇସଲା କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ନିର୍ଦ୍ଦେଶ ଦେଇଥିଲେ ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଏସ୍ପି ସନ୍ତୋଷ କୁମାର ନାୟକ, ଡିଏଫ୍ଓ ରିଙ୍କୁ କୁମାରୀ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ସିଡିଏମ୍ଓ  ବାସୁଦେବ ବେହେରା, ଉପଜିଲ୍ଲାପାଳ ପିତାମ୍ବର ସାମଲ,  ସଦର ବିଡିଓ ସରୋଜ କୁମାର ଦତ୍ତ, ତହସିଲଦାର ଉଦୟ କୁମାର ମହାପାତ୍ର,  ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ ରଂଜନ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିରେନ୍ଦ୍ର କୁମାର ହୋତା,  ଆସିଷ୍ଟାଣ୍ଟ କଲେକ୍ଟର  ପିଜିସେଲ୍  ସିତାଶୁଂ ଶେଖର ଦାସଙ୍କ  ସମେତ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ  ଉପସ୍ଥିତ ରହିଥିଲେ ।

Related Post