Fri. Oct 2nd, 2026

ଜିଏସ୍ଟି କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

257 Views

ରାଉରକେଲା, ୬ା୧୧ : ସିଭିଲ ଟାଉନଶିପ୍ ସ୍ଥିତ ଜିଏସ୍ଟି କେନ୍ଦ୍ରୀୟ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରଥମ ଦିନରେ ଜିଏସ୍ଟି କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଏସ୍ଟି ଯୁଗ୍ମ କମିଶନର ଦେବଜ୍ୟୋତି ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ସେ କହିଲେ ଯେ, ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ତୃଣମୂଳ ସ୍ତରରୁ ସଚେତନ ହେବା ଉଚିତ । ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ କହିଥିଲେ ।

ସରକାରୀ କର୍ମଚାରୀମାନେ ସଚେତନ ଦେଶ ଦୁର୍ନୀତିମୁକ୍ତ ହୋଇ ପାରିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ । ତେଣୁ ଆଜିର ଦିନରେ ସମସ୍ତେ ଏହି ପ୍ରସଙ୍ଗରେ ଯତ୍ନବାନ ସେବା ସହିତ ଦେଶରୁ ଦୁର୍ନୀତି ହଟାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଉପରେ ଶପଥପାଠ କରାଇଥିଲେ ।

ଏହି ଅବସରରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ‘ଦୁର୍ନୀତି ଦୂର କରି ନବ ଭାରତ ଗଠନ କର’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ କୃତୀପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କମିଶନର ଦେବାଶିଷ କର, ମୁଖ୍ୟଲେଖା ଅଧିକାରୀ ସି ଜବାହର ବାବୁ, ଅଧୀକ୍ଷକ ସରୋଜକାନ୍ତ ଷଡ଼ଙ୍ଗୀ, ରାଜେନ୍ଦ୍ର ଟପ୍ପୋ, ପ୍ରତାପ କିଶୋର କୁଜୁର, ସୁରେଶ ଓରାମ, ଧରମବୀର କୁମାର, ଅନିତା ସୁଷମା ବାଗେ, ଜେନେଭାଲିଲି ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post