Sun. Sep 27th, 2026

ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ବ୍ୟାଙ୍କ୍‌ ଧର୍ମଘଟ

237 Views

ନୂଆଦିଲ୍ଲୀ: ବୁଧବାର ଦିନ ‘ଇଣ୍ଡିଆନ୍‌ ବ୍ୟାଙ୍କ୍‌ସ୍‌ ଆସୋସିଏସନ୍‌’ ସହ ପାରିଶ୍ରମିକ ସଂଶୋଧନ ଆଲୋଚନା ବିଫଳ ହେବାରୁ ‘ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍‌ସ୍‌’ (ୟୁଏଫ୍‌ବିୟୁ) ଜାନୁଆରି ୩୧ ଓ ଫେବ୍ରୁଆରି ୧ ତାରିଖ- ଦୁଇ ଦିନ ଦେଶବ୍ୟାପୀ ଧର୍ମଘଟ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଫେବ୍ରୁଆରି ୧ ତାରିଖ ଦିନ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ୱିତୀୟ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଜାନୁଆରି ୩୧ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଯିବ। ଏହି ଦୁଇ ଦିନରେ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇ ଥିବାରୁ ଏହାର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଫେବ୍ରୁଆରି ୧ ତାରିଖ ଦିନ ମାସର ପ୍ରଥମ ଶନିବାର ପଡୁଛି ପୁଣି ବଜେଟ୍‌ ଦିନ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍‌ ଖୋଲା ରଖାଯାଇଥାଏ। ସେଦିନ ବଜେଟ୍‌ ଉପସ୍ଥାପନ ହେଉଥିବାରୁ ଷ୍ଟକ୍‌ ମାର୍କେଟ୍‌ ମଧ୍ୟ କାମ କରିବ ବୋଲି ସ୍ଥିର କରାଯାଇଛି।

ଏଠାରେ ସ୍ମରଣଯୋଗ୍ୟ ଯେ ଜାନୁଆରି ୮ ତାରିଖ ଦିନ ଭାରତ ବନ୍ଦ ସମୟରେ ବ୍ୟାଙ୍କ ଧର୍ମଘଟ ଚାଲିଥିଲା।

୨୦୧୭ ମସିହା ନଭେମ୍ବର ୧ ତାରିଖରୁ ପଡ଼ି ରହିଥିବା ମଜୁରି ସଂଶୋଧନ ବ୍ୟବସ୍ଥାର ତୁରନ୍ତ ସମାଧାନ ଦାବି କରି ୯ଟି ବ୍ୟାବସାୟିକ ସଂଘର ପ୍ରତିନିଧିତ୍ୱ କରୁଥିବା ‘ୟୁଏଫ୍‌ବିୟୁ’ ୨୦୨୦ ମସିହା ମାର୍ଚ ୧୧, ୧୨ ଏବଂ ୧୩ ତାରିଖରେ ତିନିଦିନିଆ ଧର୍ମଘଟ କରିବାକୁ ସୂଚନା ଦେଇଛି।

By amfnews

Related Post