Sat. Oct 3rd, 2026

ଜାଣନ୍ତୁ କିପରି କରିବେ ନୂଆ ଭୋଟର ପଞ୍ଜୀକରଣ ?

312 Views

ଭୁବନେଶ୍ୱର   :   ଚିଠା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୧୮-୧୯ ବର୍ଷ ବୟସର ନୂଆ ଭୋଟରମାନେ ପଞ୍ଜୀକରଣ କରିପାରିବେ। ସେମାନେ ଭୋଟର ଫର୍ମ-୬ ପୂରଣ କରି ନିଜର ରଙ୍ଗିନ ପାସ୍‌ପୋର୍ଟ ଆକାରର ଫଟୋ, ଜନ୍ମ ତାରିଖ ଓ ବାସସ୍ଥାନ ପ୍ରମାଣପତ୍ର ସହ ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀ(ବିଏଲ୍‌ଓ)ଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ସେମାନେ ବ୍ଲକ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବି ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ରର ସହାୟତା ନେଇପାରିବେ।

ଏପରି କି ଘରେ ବସି ମଧ୍ୟ ସେମାନେ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ। ଏଥିପାଇଁ ପୋର୍ଟାଲ୍‌ ଠିକଣା ଦିଆଯାଇଛି। ଆବେଦନ କରିବା ପରେ ସେମାନେ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

By amfnews

Related Post