Mon. Apr 27th, 2026

ଜମ୍ମୁ-କାଶ୍ମୀର: ସୋପିୟାନ୍‌ରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ମାରିଲେ

165 Views

ଶ୍ରୀନଗର ୧୮/୧୧ : ଜମ୍ମୁ-କଶ୍ମୀରରର ସୋପିୟାନ୍‌ ଜିଲ୍ଲାରେ ଆଜି ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀରର ପୁଲିସର ସୂଚନା ଅନୁଯାୟୀ,ସୋପିୟାନ୍‌ରେ ସୁରକ୍ଷାବଳ ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି। ସେହି ଆତଙ୍କମାଦୀମାନଙ୍କ ପାଖରୁ ବହୁ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ଏବେ ସେହି ଅଞ୍ଚଳକୁ ସିଲ୍‌ କରି ସର୍ଚ ଅପରେସନ୍‌ ଜାରି କରାଯାଇଛି। ପୁଲିସ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି କି ସର୍ଚ ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରି ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଆହୁରି କେତେକ ଆତଙ୍କବାଦୀ ମଧ୍ୟ ସେହି ଅଞ୍ଚଳରେ ଲୁଚି ରହିଥିବାର ଅନୁମାନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ସୋପିୟାନ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ କିଶୋରର ଗଳା କାଟି ହତ୍ୟା କରିଥିଲେ।

ଆହୁରି ମଧ୍ୟ ସୋପିୟାନ୍‌ ଜିଲ୍ଲାରେ ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ମୋଟ୍‌ ତିନି ଜଣ ନାଗରିକଙ୍କୁ ଅପହରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ହତ୍ୟା କରିବା ପରେ ଅନ୍ୟ ଦୁଇ ଜଣଙ୍କୁ ଛାଡ଼ି ଦେଇଥିଲେ।

By amfnews

Related Post