Sun. Aug 30th, 2026

ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେଉଛି ସ୍ଥିତି : ଆଜି ୨ ଜିଲ୍ଲାରେ ଖୋଲିଲା ସ୍କୁଲ୍‌ ଓ କଲେଜ, ଖୋଲିବ ୪୦୦ଟି ମୋବାଇଲ୍ ଟେଲିଫୋନ ସେଣ୍ଟର

186 Views

ଶ୍ରୀନଗର  : ଜମ୍ମୁ କଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇସାରିଛି। ସବୁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଛି। କିଛି ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିଲାଣି। ଲୋକେ ସ୍ବାଭାବିକ ଚଳ ପ୍ରଚଳ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ସରକାର ଲୋକମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ୍‌ ଓ କଲେଜ  ଖୋଲିବ। ତେବେ ଆଜି କଠୁଆ ଓ ସମ୍ବା ଜିଲ୍ଲାର ସ୍କୁଲ୍‌ ଓ କଲେଜ ଖୋଲାଯାଇଛି। ପରିସ୍ଥିତି ଦେଖି ଅବଶିଷ୍ଟ ଜିଲ୍ଲାରେ ଖୋଲାଯିବ।

ଏଥିସହ ଘର ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହେୋଇଛି। ରାଜ୍ୟ ବାହାରେ ରହୁଥିବା ସଂପର୍କୀୟଙ୍କ ସହ ଯୋଗାଯୋଗ ଲାଗି ୪୦୦ଟି ମୋବାଇଲ୍ ଟେଲିଫୋନ ସେଣ୍ଟର ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସେହିପରି ସମସ୍ତ ସରକାରୀ କର୍ମଚାରୀମାନେ ପୁନର୍ବାର କାର୍ଯ୍ୟରେ ଯୋଗଦେବାପାଇଁ ଜମ୍ମୁ କଶ୍ମୀର ମୁଖ୍ୟ ସଚିବଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ‌ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଆଜି ଶ୍ରୀନଗରରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି ଏବଂ ଏଥିସହ ସିଆରପିଏଫ୍‌ ଡିଜିଙ୍କ ସହ ସିଆରପିଏଫ୍‌ ଶିବିର ଗସ୍ତ କରିଛନ୍ତି। ସେ ମଧ୍ୟ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଗତକାଲି ଡୋଭାଲ ସୋପିଆନ୍‌ରେ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା ‌କରିବା ସହ ସେମାନଙ୍କ ସହ ଭୋଜନ ମଧ୍ୟ କରିଥିଲେ।

By amfnews

Related Post