Wed. Oct 14th, 2026

ଜମ୍ମୁ-କଶ୍ମୀର: ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଉଚିତ ଜବାବ ଦେଲା ଭାରତୀୟ ସେନା

383 Views

ଶ୍ରୀନଗର  : ପୁଣି ଥରେ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶନିବାର ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ନିୟନ୍ତ୍ରଣ ରେଖା ପାର୍‌ କରି ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ସୂଚନା ରହିଛି। ସକାଳ ପ୍ରାୟ ୯ଟା ସମୟରେ ପାକିସ୍ତାନ ସେନା ମେନ୍ଧାର ସେକ୍ଟରରେ ଗୁଳିଚାଳନା କରିବା ସହ ଗୋଳାବାରୁଦ ଫିଙ୍ଗି ଆକ୍ରମଣ କରିଥିଲା। ପାକିସ୍ତାନର ଏପରି ଅସ୍ତ୍ର ବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା ଯବାନ। ପାଲଟା ଆକ୍ରମଣ କରି ଭାରତୀୟ ସେନା ପାକିସ୍ତାନକୁ ଓଲଟା ଦେଶକୁ ପଠାଇ ଦେଇଛି। ଏହି ଅସ୍ତ୍ର ବିରତି ଉଲ୍ଲଂଘନରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

ପାକିସ୍ତାନ ଏପରି ପ୍ରଥମ ଥର ପାଇଁ କରି ନାହିଁ। ଗତ ସପ୍ତାହରେ ପାକିସ୍ତାନ ରାଜୈରି ଜିଲ୍ଲାର ନାଓସେରା ସେକ୍ଟରରେ ଓ ପୁଞ୍ଚ୍‌ ଜିଲ୍ଲାର କ୍ରିଷ୍ଣାଘାଟୀ ସେକ୍ଟରରେ ବି ସୀମା ପାର୍‌ କରି ଗୁଳିଚାଳନା କରିଥିଲା। ଗତ ୧୦ ତାରିଖରେ ପୁଞ୍ଚ୍‌ ଜିଲ୍ଲାର ଦିଗଓ୍ଵାର ସେକ୍ଟରରେ ପାକିସ୍ତାନ ରେଞ୍ଜର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ।

By amfnews

Related Post