Thu. Jul 2nd, 2026

ଜମ୍ମୁ ଓ କଶ୍ମୀର: ଶୋପିଆନ୍‌ ଏନ୍‌କାଉଣ୍ଟର୍‌ରେ ଚାରି ଆତଙ୍କବାଦୀ ନିହତ

309 Views

ଶ୍ରୀନଗର, ନଭେମ୍ବର ୨୫: ରବିବାର ସକାଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାର କପ୍ରାନ୍‌ ବତଗୁନ୍ଦ୍‌ ଅଞ୍ଚଳରେ ଅନ୍ୟୂନ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସମ୍ପୃକ୍ତ ଅଞ୍ଚଳରେ ଆଉ ଦୁଇ ଜଣ ଆତଙ୍କବାଦୀ ଛପିଥିବା ବିଶ୍ୱାସ କରାଯାଉଛି। ତାଙ୍କୁ ବାହାର କରିବାକୁ ଉଦ୍ୟମ ଚାଲୁ ରହିଛି।ଗୁଳି ବିନିମୟସ୍ଥଳରୁ ଚାରି ନିହତ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ଏବେ ସେ ଅଞ୍ଜଳରେ କମ୍ବିଙ୍ଗ୍‌ ଓ ସର୍ଚ ଅପରେସେନ୍‌ ଯୋର୍‌ଦାର୍‌ କରାଯାଇଛି।ନିରାପତ୍ତା ବଳ ନିହତ ଆତଙ୍କବାଦୀମାନଙ୍କ ପରିଚୟ ପାଇବାକୁ ଉଦ୍ୟମ କରୁଛନ୍ତି।ସେ ଅଞ୍ଚଳରେ ଦୁଇ ତିନି ଜଣ ଆତଙ୍କବାଦୀ ଛପିଥିବା କଥା ପୂର୍ବରୁ ସୂଚନା ମିଳିଥିଲା।

By amfnews

Related Post