Sun. Oct 4th, 2026

ଜମ୍ମୁ ଓ କଶ୍ମୀର: ଏନ୍‌କାଉଣ୍ଟର୍‌ ଯୋଗୁଁ ୨ ଆତଙ୍କବାଦୀ ନିହତ

315 Views

ଶ୍ରୀନଗର, ନଭେମ୍ବର ୨୮: ବୁଧବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ଼ଗାମ୍‌ ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ତିନି ଜଣ ସୈନିକ ଆହତ ହୋଇଥିବା କଥା ପୁଲିସ କହିଛି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ କୁଥପୋରା ଗାଁରେ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ଛପି ରହିଥିବା ଆତଙ୍କବାଦୀମାନଙ୍କ ଆଡ଼କୁ ତଲାସକାରୀ ଦଳ ନିକଟତର ହେବାରୁ ଆତଙ୍କବାଦୀମାନେ ଗୁଳି ଚଳାଇବା କାରଣରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ବଡ଼ଗାମ ଓ ପୁଲଓ୍ଵାମା ଜିଲ୍ଲାଗୁଡ଼ିକରେ କର୍ତ୍ତୃପକ୍ଷମାନେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିଛନ୍ତି।

By amfnews

Related Post