Fri. Jul 3rd, 2026

ଜମି ବିବାଦରୁ ସଂଘର୍ଷ; ବେଘର ହେଲେ ୧୪ ପରିବାର

267 Views

ମୋହନା  : ଜମି ବିବାଦକୁ କେନ୍ଦ୍ର କରି ଗଜପତି ଜିଲ୍ଲା ଅଡ଼ବା ଥାନା ଗରଡ଼ମା ଗାଁରେ ଗତକାଲି ଦେଖାଦେଇଥିବା ସାହି ବିବାଦ ସଂଘର୍ଷର ରୂପ ନେଇଛି। ଗୋଟିଏ ସାହି ବାସିନ୍ଦା ଅନ୍ୟ ସାହିର ୧୪ ପରିବାରଙ୍କ  ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ପୀଡ଼ିତ ପରିବାରଙ୍କ ଆସବାଵପତ୍ର ସହ ଟଙ୍କା ପଇସା ମଧ୍ୟ ନେବାକୁ ପଛାଇ ନାହାନ୍ତି। ପୁଲିସ୍‌  ଏହି ଘଟଣାରେ ଏକ ମାମଲା ରୁଜୁ କରି ୭ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗନୁଯାୟୀ, ଗରଡ଼ମା ଗାଁର ସରକରୀ ଜମିରେ ଗାଁ କିଛି ଭୂମିହୀନ ପରିବାର ଦୀର୍ଘ ୩୦ ରୁ ୪୦ ବର୍ଷ ହେଲା ରହି ଆସୁଥିଲେ । ତେବେ ଉକ୍ତ ଜମିକୁ ଗାଁ ଅନ୍ୟ ସାହିର କିଛି ଲୋକେ ସାପ୍ତାହିକ ହାଟ ପାଇଁ ଜାଗା ଛାଡି ଦେବାକୁ ବାଧ୍ୟ କରିଆସୁଥିଲେ।

ମାତ୍ର ସେମାନେ ଜାଗା ନ ଛାଡିବାରୁ ମଙ୍ଗଳବାର ଅନ୍ୟ ଏକ ସାହିର କିଛି ଲୋକ ସଂଘବଦ୍ଧ ହୋଇ ବଳପୂର୍ବକ ୧୪ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି।  ଅଭିଯୁକ୍ତମାନେ ପୀଡିତ ପରିବାରଙ୍କ ଆସବାଵପତ୍ର ସହ ଟଙ୍କା ପଇସା ନେଇ ଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତହସିଲଦାର ମଧ୍ୟ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି ।

By amfnews

Related Post