Thu. Jul 2nd, 2026

ଜନସେବାରେ ନିୟୋଜିତ ଗାଡି ଉପରେ ରୋଡ ଟ୍ୟାକ୍ସ ଥରେ ଛାଡ କରିବାକୁ ଦିଲ୍ଲୀ ସରକାରଙ୍କ ଅପିଲ୍

242 Views

ନୂଆଦିଲ୍ଲୀ, ଡିସେମ୍ବର ୦୬ : ବେସରକାରୀ ବସ୍, ଟ୍ୟାକ୍ସି, ଗ୍ରାମସେବାରେ ନିୟୋଜିତ ଗାଡି ଏବଂ ଅନ୍ୟାନ୍ୟ ଜନସେବା ଯାନବାହନ ପାଇଁ ରୋଡ ଟ୍ୟାକ୍ସ ଥରେ ଛାଡ ଉପରେ ଦିଲ୍ଲୀ ସରକାରଙ୍କ ରାଜ୍ୟ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ପରିବହନ ମନ୍ତ୍ରୀ କୈଳାଶ ଗହଲୋଟ୍ ଶନିବାର କହିଛନ୍ତି ଯେ ଏହି ପ୍ରସ୍ତାବକୁ ଅର୍ଥ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଛି।

ପ୍ରସ୍ତାବ ଅନୁମୋଦନ ପାଇଁ ଅର୍ଥ ବିଭାଗକୁ ପଠାଯାଇଛି। ଏହି କର ଛାଡ ହେବା ଦ୍ବାରା ଅନେକ ଘରୋଇ ବସ୍ ଅପରେଟର ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ବ୍ୟବସାୟଙ୍କ ଉପାଦାୟୀ ହେବ । କାରଣ ସେମାନଙ୍କ ବ୍ୟବସାୟ ଲକଡାଉନ୍ ମାସରେ ସମ୍ପୂର୍ଣ୍ଣ ଅଟକି ଯାଇଥିଲା ଏବଂ ଅର୍ଥନୀତିର ଅନଲକ୍ ପରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସହରର କୋଭିଡ୍ ଯୋଗୁଁ କାର୍ଯ୍ୟ ଆରମ୍ଭ କରିପାରିନଥିଲେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି  ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଦିଲ୍ଲୀର ପରିବହନକାରୀଙ୍କ ପାଇଁ ଆଶ୍ବସ୍ତି ଆଣିବ । ମନ୍ତ୍ରୀଙ୍କ କହିବାନୁସାରେ, ଏହି ଯୋଜନା ଘରୋଇ କାର ଏବଂ ଦୁଇ ଚକିଆ ଯାନ ପାଇଁ ପ୍ରଯୁଜ୍ୟ ନୁହେଁ କାରଣ ସେମାନେ ଗାଡି କିଣିବା ସମୟରେ ଏକ ଥର ସଡକ ଟ୍ୟାକ୍ସ ଦିଅନ୍ତି ଏବଂ ବାର୍ଷିକ ଟ୍ୟାକ୍ସ ଦେବାକୁ ପଡିବ ନାହିଁ  ।

By amfnews

Related Post