Fri. Oct 2nd, 2026

ଜନଶୁଣାଣିରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅଧଘଣ୍ଟାଏ ଧାରଣାରେ ବସିଲେ ୪୦ ମହିଳା

308 Views

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଜିଲାପାଳଙ୍କ ଜନଶୁଣାଣିରେ ଖୋଦ୍ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ୪୦ଜଣ ମହିଳା ଅଧଘଣ୍ଟା ଧରି ଧାରଣାରେ ବସି ଥିବାର ଦେଖିବାକୁ ମିଳିଥିଲା। ତେବେ କୌଣସିମତେ ସେମାନଙ୍କୁ ବୁଝାଶୁଝା କରାଯିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଜନଶୁଣାଣି ଆରମ୍ଭ ହୋଇଥିଲା|

ଏବେ ପୁରୀ ଜିଲ୍ଲାର ଅସ୍ତରଙ୍ଗର ବ୍ଲକ ସଭାଗୃହରେ ଏହି ଜନଶୁଣାଣି ଜାରି ରହିଛି | ଏଥିରେ ଅତିରକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଡ଼ିଏସପି ପ୍ରଦୀପ୍ତ କୁମାର ଦଳାଇ, ସିଡିଏମଓ, ଅସ୍ତରଙ୍ଗ ଦାୟିତ୍ୱରେ ଥିବା ତହସିଲଦାର ରୋଜିନା ଦାସ, ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ, ବିଡ଼ିଓ ସୌମ୍ୟସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାର ସୂଚନା ମିଳିଛି| ଶାନ୍ତିଶୃଙ୍ଖଳା ରକ୍ଷାକରିବାକୁ ଅସ୍ତରଙ୍ଗ ଆଇଆଇସି ଶରତ କୁମାର ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିବା ଜଣାଯାଇଛି |

ଏହି ଜନଶୁଣାଣି ସମୟରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଜାଣି ଏହାକୁ ବନ୍ଦ କରିବାକୁ ଦାବି କରି ୪୦ଜଣ ଜଣ ମହିଳାଙ୍କ ସମେତ ଶତାଧିକ ଅଭିଯୋଗକାରୀ ଧାରଣାରେ ବସିଥିଲେ। ଏହାକୁନେଇ କିଛି ସମୟଲାଗି ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସେମାନଙ୍କୁ ବୁଝାଶୁଝା କରାଯିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଜନଶୁଣାଣି ଆରମ୍ଭ ହୋଇଥିଲା|

By amfnews

Related Post