Fri. Sep 11th, 2026

‘ଜଣେଇକି ଗଲି ବୋଲି ଅସୁବିଧା ହେଲା; ଏଥରକ ଜଣେଇକି ଯିବି ନାହିଁ ଗରିଲା ଉପାୟ ଅବଲମ୍ବନ କରି ସବରିମାଲା ଭିତରେ ପଶିବି’: ତୃପ୍ତି ଦେଶାଇ

344 Views

ମୁମ୍ବାଇ: ‘ପୂର୍ବରୁ ଜଣେଇକି ଗଲି ବୋଲି ସିନା ଏତେ ଅସୁବିଧାର ସମ୍ମୁଖୀନ ହେଲି ଆଉ ବିଫଳ ହୋଇ ଫେରିଲି। ଏଥରକ କିନ୍ତୁ ଆଉ ଜଣେଇକି ଯିବି ନାହିଁ। ବିନା ପୂର୍ବ ନୋଟିସ୍‌ରେ ଯିବି। ଗରିଲା ଉପାୟ ଅବଲମ୍ବନ କରି ସବରିମାଲା ମନ୍ଦିରର ଗର୍ଭଗୃହ ମଧ୍ୟରେ ପଶିବି। ଆୟାପ୍ପାଙ୍କ ଦର୍ଶନ କରିବି। ଆଉ ଦର୍ଶନ ସାରି ଫେରିବି। ଦେଖିବି କିଏ ମୋର କ’ଣ କରିବ?’ ବୋଲି ଆଜି ଅପରାହ୍ଣରେ ମୁମ୍ବାଇରେ ପହଞ୍ଚିବା ପରେ କହିଛନ୍ତି ସାମାଜିକ କର୍ମୀ ତୃପ୍ତି ଦେଶାଇ।

ପୂର୍ବରୁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗି ଯାଇଥିଲି। କିନ୍ତୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଦେବାକୁ ଅସମର୍ଥ ହେଲେ। ସେଠାରେ ଯେପରି ଗୁଣ୍ଡାରାଜ ଚାଲିଥିଲା, ସେଥିରେ ମୋ ପାଇଁ କୌଣସି ପ୍ରକାରର ଅଘଟଣ ନଘଟୁ ବୋଲି ଚାହିଁଲି ସେଥିପାଇଁ ଫେରି ଆସିଲି। କିନ୍ତୁ, ଏଥରକ ମୁଁ ଯିବି ମୋ ହିସାବରେ। ଦେଖିବି କିଏ ମୋର କ’ଣ କରିବ? ବୋଲି କହିଛନ୍ତି ତୃପ୍ତି। ଏଥିସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏକ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ ନିଜ ଜିଦ୍‌ରେ ଅଟଳ ରହି କିଛି କିଛି ମୁଷ୍ଟମେୟ ଲୋକ କାର୍ଯ୍ୟକାରୀ କରାଇ ନଦେବାକୁ ଯେପରି ଢ଼ଙ୍ଗରେ ଗୁଣ୍ଡାରାଜ ଚଳାଇଛନ୍ତି, ତାକୁ ଦେଖିବା ପରେ ଲାଗୁନାହିଁ ଯେ ଆମେ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶରେ ବାସ କରୁଛୁ ବୋଲି, ସେ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତିି।

By amfnews

Related Post