Sat. Sep 26th, 2026

ଜଙ୍ଗଲ ଭିତରେ ତିଆରି ହେଉଥିଲା ମଦ ; ଧରିଲା ଅବକାରୀ ବିଭାଗ

287 Views

ଟିଟିଲାଗଡ଼ : କରୋନାର ଭୟାବହତାକୁ ଆଖିରେ ରଖି  ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମଦ ଦୋକାନ ବନ୍ଦ ରହିଛି। ହେଲେ ବଲାଙ୍ଗିର ଜିଲ୍ଲା କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ବେଆଇନ ମଦ ତିଆରି ଚାଲିଛି l ଏସମ୍ପର୍କରେ  ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରିଥିଲା।

ଆଜି ସକାଳେ ଟିଟିଲାଗଡ଼ ଅବକାରୀ ବିଭାଗର ଏକ ଟିମ୍‌ କୁଟ୍ରାକେନ୍ଦ ଗାଁ ନିକଟ ଜଙ୍ଗଲ ଭିତରେ ଚଢ଼ଉ କରିଥିଲା। ସେଠାରୁ ୮୦୦ କିଲୋ ପୋଚ ନଷ୍ଟ କରାଯିବା ସହ ୪୫ ଲିଟର ରନ୍ଧା ମଦ ଜବତ କରିଥିଲା। ଏଥିସହ ମଦ ରାନ୍ଧିବାରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଲୋକେ ଫେରାର ହୋଇ ଯାଇଥିବା ଅବକାରୀ ଅଧିକାରୀ କହିଛନ୍ତି।

By amfnews

Related Post