Tue. Apr 30th, 2024

ଜଗଦା-ଦଳପୋଷ ରାସ୍ତା ଅବରୋଧ,ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା

rklsanchar@gmail.com' By J.N. Pradhan Jun 25, 2018 #Featured
167 Views

ରାଉରକେଲା,  ୨୫/୬ : ଝିରପାଣି ଡାମିଟ୍ସ ଦେଇ ଜଗଦା ଖାଦାନ୍ ରାସ୍ତା, ଯାହା ଦଳପୋଷ ଗ୍ରାମକୁ ସଂଯୋଗୀକରଣ ହୋଇଛି ଉକ୍ତ ରାସ୍ତାକୁ ମଝିରୁ ଖୋଳି ଅବରୋଧ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ ଜନସାଧାରଣ ଏହାର ବିରୋଧ କରିଥିଲେ । ପରେ ଏ ନେଇ ବିଶ୍ରା ତହସିଲଦାର ନିବେଦିତା ପ୍ରଧାନଙ୍କୁ ସେମାନେ ଅଭିଯୋଗ କରିଥିଲେ ।

ତହସିଲଦାର ସଙ୍ଗେ ସଙ୍ଗେ ସ୍ଥାନୀୟ ଆର.ଆଇ. ଓ ଝିରପାଣି ପୁଲିସକୁ ଏ ନେଇ ସୂଚନା ପ୍ରଦାନ କରିବା ପରେ ସେମାନେ ଆସି ଏହି ଘଟଣାର ସମାଧାନ କରିଥିଲେ ଓ ଅବରୋଧ ହଟିଥିଲା । ପ୍ରକାଶ ଥାଉ କି, ଉକ୍ତ ରାସ୍ତା ଦେଇ ଜମସେରା, ଦଳପୋଷ ଓ ଜଗଦା-ଝିରପାଣି ଅଞ୍ଚଳକୁ ଅନେକ ଲୋକ ଯିବା ଆସିବା କରିଥାଆନ୍ତି । ଏହି ରାସ୍ତାଟି ଅବରୋଧ ହେଲେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି ।

Related Post