Sun. Oct 18th, 2026

ଛେଳି ଚୋରି କରିବାକୁ ଆସି ଛାଡ଼ିଗଲେ ସ୍କର୍ପିଓ

215 Views

ଭଞ୍ଜନଗର : ଛେଳି ଚୋରି କରି ନେଇଗଲେ । ହେଲେ ଛାଡିଗଲେ ସ୍କର୍ପିଓ ।  ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରଗାଁରେ ଘଟିଛି ଏପରି ଘଟଣା।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୨ଟି ସ୍କର୍ପିଓରେ  ୪ ରୁ ୫ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ବରଗାଁର ଉଦୟ ଗୌଡଙ୍କ ଗୁହାଳରୁ ୬୦ରୁ ଅଧିକ ଛେଳି ଚୋରି କରିନେବାକୁ ଉଦ୍ୟମ କରୁଥିଲେ।  ଦୁର୍ବୃତ୍ତମାନେ ଛେଳିଗୁଡ଼ିକୁ ପିକଅପ୍‌ ଭ୍ୟାନରେ ଭର୍ତ୍ତି କରୁଥିବା ସମୟରେ ଛେଳିଙ୍କ ଚିତ୍କାର ଶୁଣି ଉଦୟ ଉଠି ଆସିଥିଲେ।

ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୬୦ରୁ ଅଧିକ ଛେଳି ଗୋଟିଏ ଗାଡ଼ିରେ ଭର୍ତ୍ତି କରି ଦ୍ରୁତ ଗତିରେ ପଳାଇଥିଲେ। କିଛି ସମୟ ପରେ ଗାଁ ଲୋକେ ଗୋଟିଏ ସ୍କର୍ପିଓକୁ କାବୁ କରିବାରେ ସଫଳ ହୋଇଥିଲେ। ହେଲେ ଦୁର୍ବୃତ୍ତମାନେ ଛେଳି ସହ ଅନ୍ୟ ଏକ ଗାଡ଼ିରେ ଫେରାର ହେବାରେ ସକ୍ଷମ ହୋଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ସ୍କର୍ପିଓକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post