Sun. Sep 6th, 2026

ଛାତ୍ରଛାତ୍ରୀଙ୍କ ପାଇଁ ଏକକ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

270 Views

ଭୁବନେଶ୍ୱର : ରାଜ୍ୟରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ମ୍ୟାଟ୍ରିକ ପରୀକ୍ଷା ସରିଥିବା ବେଳେ କରୋନା ଯୋଗୁ ଏପର୍ଯ୍ୟନ୍ତ ଖାତା ଦେଖା ହୋଇନାହିଁ। ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ରହିଛି।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏକକ କାର୍ଯ୍ୟସୂଚୀ ବା ୟୁନିଫର୍ମ ସିଡ୍ୟୁଲ ପ୍ରକାଶ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏକକ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଚିଠି ମାଧ୍ୟମରେ ନବୀନଙ୍କୁ ନିବେଦନ କରିଛନ୍ତି।

By amfnews

Related Post