Wed. Jul 29th, 2026

ଛତିଶଗଡ଼ର ରାଜନନ୍ଦଗାଓଁ ନିକଟରେ ଏନ୍‌କାଉଣ୍ଟର୍‌: ସାତଜଣ ନକ୍ସଲ୍‌ ନିହତ

292 Views

ନୂଆଦିଲ୍ଲୀ  : ଶନିବାର ଦିନ ଛତିଶଗଡ଼ର ରାଜନନ୍ଦଗାଓଁର ସୀତାଗୋତା ଜଙ୍ଗଲିଆ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗାର୍ଡଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ସାତ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ନିରାପତ୍ତା କର୍ମଚାରୀମାନେ କେତେଗୁଡ଼ିଏ ଏକେ-୪୭ ରାଇଫଲ୍‌, ୩୦୩ ରାଇଫଲ୍‌ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛନ୍ତି। ଛତିଶଗଡ଼ ପୁଲିସ ମହାନିର୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ ବାଗନଦୀ ଥାନା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର୍‌ ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲେ ବି ଗୁଳି ବିନିମୟ ଚାଲୁ ରହିଛି। ଏନ୍‌କାଉଣ୍ଟର୍‌ ଆରମ୍ଭ ସମୟରେ ସେଠାରେ ୪୦ ରୁ ୫୦ ଜଣ ନକ୍ସଲ୍‌ ଥିଲେ ବୋଲି ସନ୍ଦେହ କରାଯାଉଛି। ନକ୍ସଲ୍‌ମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ପାରେ।

By amfnews

Related Post