Fri. Apr 24th, 2026

ଛତିଶଗଡ଼ ନକ୍ସଲ ଆକ୍ରମଣ: ବିଜାପୁର ଏନ୍‌କାଉଣ୍ଟର୍‌ ସ୍ଥଳରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ

324 Views

ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତରେ ନକ୍ସଲ୍‌ମାନଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନ୍‌କାଉଣ୍ଟର୍‌ ସ୍ଥଳକୁ ଯିବେ।

ସେହି କାରଣରୁ ଅମିତ ଶାହ ଆସାମରେ ଚଳାଇଥିବା ନିର୍ବାଚନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରି ଆସିଛନ୍ତି। ଏହାଛଡ଼ା, ବାସଭବନରେ ଛତିଶଗଡ଼ର ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ଆୟୋଜନ କରିଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଗୁଇନ୍ଦା ବ୍ୟୁରୋ ନିର୍ଦେଶକ ଅରବିନ୍ଦ କୁମାର, ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଓ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ସଂକ୍ରାନ୍ତରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ଙ୍କ ସହ ମଧ୍ୟ କଥାବାର୍ତ୍ତା କରି ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତରେ ଥିବା ଜଙ୍ଗଲରେ ଶନିବାର ଦିନ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଛନ୍ତି।

By amfnews

Related Post