Wed. Oct 14th, 2026

ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ରାସ୍ତାରୋକ

283 Views

ବାଲେଶ୍ୱର :  ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ପରିକ୍ଷୀ ବଜାରରେ ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି।

ଗତ ରବିବାର ରାତିରେ ପରକ୍ଷୀ ବଜାରରୁ ଗୋଟିଏ ବୋଲେରୋ ଗାଡ଼ି ଚୋରି ହୋଇଥିଲା। ଏହା ପୂର୍ବରୁ ବଜାରରେ ଥିବା ଏକ ବ୍ୟାଙ୍କରୁ ଡକାୟତି ହୋଇଥିଲା। ଏମିତିକି ସେଠାରେ ଥିବା ବିଭିନ୍ନ ଦୋକାନରୁ ବାରମ୍ୱାର ଚୋରି ହୋଇଥିଲେ ମଧ୍ୟ  ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଓ ଦୋକାନୀମାନେ ରାସ୍ତାରୋକ କରିଛନ୍ତି।

By amfnews

Related Post