Sun. Oct 18th, 2026

ଚିଲିକାରୁ ମୃତ ଡଲ୍‌ଫିନ୍‌ ଉଦ୍ଧାର

322 Views

ବ୍ରହ୍ମଗିରି: ଗୁରୁବାର ସକାଳ ୧୦ଟା ପରେ ସାତପଡ଼ା ରେଞ୍ଜ୍‌ ଅନ୍ତର୍ଗତ ଚିଲିକା ଦ୍ରଦର ମଗରମୁଖ ଚାନେଲ୍‌ ମଧ୍ୟରୁ ଗୋଟାଏ ମୃତ ଇର୍‌ଓ୍ଵାଡି ପ୍ରଜାତିର ଶିଶୁମାର ବା ଡଲ୍‌ଫିନ୍‌ ଉଦ୍ଧାର କରାଯାଇଛି।

ମୃତ ମାଈ ଡଲ୍‌ଫିନ୍‌ର ଲମ୍ବ ୬ ଫୁଟ୍‌ ୫ ଇଞ୍ଚ୍‌ ଓ ମୋଟେଇ ୩ ଫୁଟ୍‌ ୮ ଇଞ୍ଚ। ବନ ବିଭାଗର ଡଲ୍‌ଫିନ୍‌ ସ୍କ୍ଵାଡ୍‌ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ମୃତ ଶିଶୁମାରଟିକୁ ଦେଖି ପାଣିରୁ ଉଦ୍ଧାର କରି ସାତପଡ଼ା ରେଞ୍ଜ୍‌ କାର୍ଯ୍ୟାଳୟକୁ ଆଣିଛନ୍ତି।

କାହିଁକି ଡଲ୍‌ଫିନ୍‌ଟିର ମୃତ୍ୟୁ ହେଲା ତାହା ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡ଼ିବ ବୋଲି ରେଞ୍ଜ୍‌ ଅଧିକାରୀ ଏସ୍‌. ମହାପାତ୍ର କହିଛନ୍ତି। ଆଡିସ୍‌ନାଲ୍‌ ଭେଟର୍‌ନାରି ସର୍ଜନ୍‌ ଡାକ୍ତର ପ୍ରୀତିତୋଷ ମହାପାତ୍ର ମୃତ ଡଲ୍‌ଫିନ୍‌କୁ ବ୍ୟବଚ୍ଛେଦ କରୁଛନ୍ତି।

By amfnews

Related Post