Fri. Oct 23rd, 2026

ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

281 Views

ନୂଆଦିଲ୍ଲୀ: ବାଜପେୟୀ ସରକାରରେ ଗୃହ ରାଜ୍ୟମନ୍ତ୍ରୀ ଥିବା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉଦ୍ଧାର କରିଛି ଉତ୍ତର ପ୍ରଦେଶ ପୁଲିସ୍। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗ ସଞ୍ଜୟ ସିଂହଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଦାର କରିଛି। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଲକ୍ଷ୍ନୌ ଅଣାଯାଉଛି। ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଛାତ୍ରୀ ଜଣଙ୍କ ନିଖୋଜ ହୋଇଯାଇଥିବାର ଖବର ସତ ନଥିଲା।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ।
ଏହାପରେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଥିଲା। ଏହାପରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ୟୁପି ପୁଲିସ୍ ଟୁଇଟ୍ କରି ସୂଚନା ଦେଇଛି। ୟୁପିର ବିଭିନ୍ନ ସ୍ଥାନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅପହରଣ ଅଭିଯୋଗକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଛାତ୍ରୀ ଜଣଙ୍କୁ ଠାବ କରିବାରେ ବିଳମ୍ବ ହେବାରୁ ପୁଲିସର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଏହାପରେ ଗତକାଲି ଦିଲ୍ଲୀରେ ଯୁବତୀ ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଶେଷରେ ୬ ଦିନ ପରେ ୨୩ ବର୍ଷୀୟ ଏଲଏଲବି ପଢ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାରେ ପୁଲିସ୍ ସଫଳ ହୋଇଛି।

By amfnews

Related Post