Sun. Sep 13th, 2026

ଚାଲାଣ ବେଳେ ସମ୍ବଲପୁର ଷ୍ଟେସନରୁ ୪ ନାବାଳକ ଉଦ୍ଧାର

323 Views

ସମ୍ବଲପୁର : ଅନୁଗୁଳରୁ ଚେନ୍ନାଇ ଚାଲାଣ କରାଯାଉଥିବା ୪ ନାବାଳକଙ୍କୁ ସମ୍ବଲପୁର ଜିଆରପି ଓ ଆର୍‌ପିଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ଶିଶୁ ଚାଲାଣ ଅଭିଯୋଗରେ ଅନୁଗୁଳର ୨ ଯୁବକ ଚିନ୍ତାମଣି ସାହୁ ଓ ରବି ନାଏକଙ୍କୁ ଗିରଫ କରାଯାଇଛି। ଏନେଇ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ଏହି ନାବାଳକଙ୍କୁ ଚେନ୍ନାଇସ୍ଥିତ ଆରଡର ଏକ ଫ୍ୟାକ୍ଟ୍ରିରେ କାମ କରାଇବାକୁ ଧନବାଦ-ଆଲେପି ଏକ୍ସପ୍ରେସ୍‌ ଯୋଗେ ନିଆଯାଉଥିଲା। ତେବେ ଏନେଇ ସୂଚନା ମିଳିବା ପରେ ଆର୍‌ପିଏଫ ଓ ଜିଆରପି ପକ୍ଷରୁ ମିଳିତ ଭାବେ ସମ୍ବଲପୁର ଷ୍ଟେସନରେ ଚଢ଼ଉ କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ ନାବାଳକଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ରହିଛି। ସେମାନେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଗର୍ତ୍ତିପାଲିର ବୋଲି ନାବାଳକମାନେ ପୁଲିସ୍‌କୁ ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ବେଳକୁ ସେମାନଙ୍କ ପରିବାରଲୋକ ଆସି ନାବାଳକଙ୍କୁ ଘରକୁ ନେଇଯାଇଥିବା ସୂଚନା ମିଳିଛି।

By amfnews

Related Post