Mon. Jul 27th, 2026

ଚା’ରେ ନିଶା ଦେଇ ଲୁଟ୍‌

225 Views

ଭୁବନେଶ୍ବର, ନଭେମ୍ବର ୧୯  : ଜଣେ ଯୁବକଙ୍କୁ ଚା’ରେ ନିଶା ଦେଇ ୩ହଜାର ଟଙ୍କା ସହ ମୋବାଇଲ୍‌ ଫୋନ୍‌ ଓ ଏକ ବ୍ୟାଗ୍‌ ଲୁଟ୍‌ ହୋଇଛି। ଏହି ଲୁଟ୍‌ର ଶିକାର ହୋଇଥିବା ଯୁବକ କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜିତେନ୍ଦ୍ର ଗୁରୁ ବୋଲି ଜଣାପଡ଼ିଛି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ତାଙ୍କୁ ଶିଶୁଭବନ ନିକଟରେ ରାସ୍ତା କଡ଼ରେ ଫିଙ୍ଗି ଦେବାପରେ କ୍ୟାପିଟାଲ ଥାନା ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

ସେ ସୁସ୍ଥ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସେ ହାଇଦ୍ରାବାଦରୁ କୋଣାର୍କ ଏକ୍ସପ୍ରେସ୍‌ରେ ଆସି ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ କେତେକ ଯୁବକଙ୍କ ସହ ମିଶି ଚା’ ପିଇଥିଲେ। ଚା’ ପିଇବାର କିଛି ସମୟ ପରେ ସେ ସଜ୍ଞାହୀନ ହୋଇପଡ଼ିଥିଲେ।

ଏହାର ସୁଯୋଗ ନେଇ ଏହି ଦୁର୍ବୃତ୍ତମାନେ ତାଙ୍କୁ ଲୁଟିବା ସହ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହକି ବିଶ୍ବକପ୍‌ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକଙ୍କର ସମାଗମ ହେବାକୁ ଯାଉଥିବା ବେଳେ ଏଭଳି ଲୁଟ୍‌ ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

By amfnews

Related Post