Sat. Aug 15th, 2026

ଚାରିଟି ହାତ ନେଇ ଜନ୍ମ ନେଲା ବିଚିତ୍ର ଶିଶୁ, ନବଜାତକୁ ଦେଖିବା ପାଇଁ ହସ୍‌ପିଟାଲ୍‌ରେ ପ୍ରବଳ ଭିଡ

236 Views

ଟୋଂକ: ଦୁନିଆରେ ଅସାଧାରଣ ଶିଶୁ ଜନ୍ମ ହେବାର ପୂର୍ବରୁ ଅନେକ ଘଟଣା ଶୁଣିବାକୁ ଓ ଦେଖିବାକୁ ମିଳିଛି। କିଛି ଏମିତି ଘଟଣା ରାଜସ୍ଥାନର ଟୋଂକ ଜିଲ୍ଲାରେ ଘଟିଛି। ଏଠାରେ ଚାରିଟି ହାତ ନେଇ ଏକ ଶିଶୁ ଜନ୍ମ ନେଇଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଚିତ୍ର ଶିଶୁକୁ ଦେଖିବା ପାଇଁ ହସ୍‌ପିଟାଲ୍‌ ପରିସରରେ ଲୋକଙ୍କ ଭିଡ ଜମି ରହିଛି। ଏପଟେ ଏହି ବିଚିତ୍ର ଶିଶୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ରାଜସ୍ଥାନର ଟୋଂକ ଜିଲ୍ଲାର ଗ୍ରାମ ଦଡାଓ୍ଵତାରେ ବସବାସ କରୁଥିବା ରାଜୁଦେବୀ ଗୁର୍ଜରଙ୍କ ଶୁକ୍ରବାର ରାତିରେ ପ୍ରସବପୀଡା ଆରମ୍ଭ ହୋଇଥିଲା। ତେଣୁ ତାଙ୍କୁ ମାଲପୁରା ସିଏଚସି ଅଣାଯାଇଥିଲା। ଏଠାରେ ତାଙ୍କର ସାଧାରଣ ପ୍ରସବ ଜରିଆରେ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ହେବାପରେ କନ୍ୟା ସନ୍ତାନର ଚାରିଟି ହାତଥିବା ଦେଖିବାକୁ ମିଳିଥିଲା।

ସିଏଚସିର ଚିକିତ୍ସକଙ୍କ କହିବାନୁସାରେ, ରାଜୁଦେବୀଙ୍କ ପେଟରେ ତିନିଟି ଭୃଣ ଥିଲା। ଏଥିମଧ୍ୟରୁ ଦୁଇଟି ପରିପକ୍ୱ ଥିବା ବେଳେ ଗୋଟିଏ ଅପରିପକ୍ୱ ରହିଯାଇଥିଲା। ଏହି କାରଣରୁ ହୁଏତ ଜନ୍ମ ନେଇଥିବା କନ୍ୟା ସନ୍ତାନର ଚାରିଟି ହାତ ଥାଇପାରେ। ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ନବଜାତ ଶିଶୁକୁ ଉନ୍ନତମାନର ଚିକିତ୍ସା ଲାଗି ରାଜଧାନୀ ଜୟପୁର ସ୍ଥାନାନ୍ତର କରି ଦିଆଯାଇଛି।

By amfnews

Related Post