Fri. Aug 14th, 2026

ଚାବାହାରରୁ କୁଳଭୂଷଣଙ୍କୁ ଅପରହଣ କରି ପାକିସ୍ତାନର ଜୈଶ୍‌-ଉଲ୍‌-ଆଦଲ ଆଇଏସ୍‌ଆଇକୁ ଦେଇଛି

204 Views

ନୂଆଦିଲ୍ଲୀ  : ଗୋଟାଏ ସଶସ୍ତ୍ର ଦଳ ଇରାନ୍‌ର ଚାବାହାରରୁ କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ଆଣିଥିବା କଥା ଭାରତ ସରକାରଙ୍କର ଏକ ବିଶେଷସୂତ୍ରରୁ ଜଣା ପଡ଼ିଛି। ପାକିସ୍ତାନର ଇଣ୍ଟର୍‌-ସର୍ଭିସ୍‌ ଇଣ୍ଟେଲିଜେନ୍‌ସ୍‌ (ଆଇଏସ୍‌ଆଇ) ପ୍ରକ୍ସି ଗ୍ରୁପ୍‌ ଜୈଶ୍‌ ଅଲ୍‌ ଅଦଲକୁ ବ୍ୟବହାର କରି ଯାଦବଙ୍କୁ ଅପହରଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଯାଦବଙ୍କୁ କିପରି ପାକିସ୍ତାନୀ ଏଜେନ୍‌ସି ଜାଲ୍‌ ଗୁପ୍ତଚରଗିରି ମାମଲାରେ ପକାଇଲା ତା’ର ଯଥେଷ୍ଟ ପ୍ରମାଣ ମଧ୍ୟ ଭାରତୀୟ ଗୁଇନ୍ଦା ସଂସ୍ଥାନ ପାଖରେ ରହିଛି।

ଇରାନ୍‌ ସହ ଲାଗିଥିବା ସୀମାନ୍ତରେ ପାକିସ୍ତାନର ଗୁଡ଼ାଏ ସମସ୍ୟା ରହିଛି। ଇରାନ୍‌ ବିରୋଧରେ ପାକିସ୍ତାନ ଜୈଶ୍‌ ଅଲ୍‌ ଆଦଲ୍‌କୁ ଲଗାଇଛି। ଇରାନ୍‌-ପାକିସ୍ତାନ ସୀମାନ୍ତରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବିଷୟରେ ଇରାନୀୟ ଅଧିକାରୀମାନେ ପାକିସ୍ତାନକୁ ପଚାରିଛନ୍ତି।
ଜୈଶ୍‌ ଅଲ୍‌ ଆଦଲ ଜୁନ୍‌ଦୁଲ୍ଲାର ସାମ୍ମୁଖ୍ୟ ବୋଲି ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଆଖ୍ୟା ଦେଇଛି।

ଯାଦବଙ୍କୁ ଗିରଫ କରାଯିବା, ଅଟକ ରଖାଯିବା ଏବଂ ବିଚାର କରିବା ଆଦିକୁ ବିରୋଧ କରି ମେ ୮ ତାରିଖ ୨୦୧୭ ମସିହାରେ ଭାରତ ଇଣ୍ଟଣ୍‌ନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ବିଚାର ଆରମ୍ଭ କରାଇଥିଲା। ଏହାଦ୍ୱାରା ପାକିସ୍ତାନ ଭିଏନା କନ୍‌ଭେନ୍‌ସନ୍‌ ଉଲ୍ଲଂଘନ କରୁଥିବା କଥା ଭାରତ ଅଭିଯୋଗ କରିଛି।

By amfnews

Related Post