Tue. Aug 25th, 2026

ଚଳନ୍ତା ଟ୍ରେନରେ ୪୦ ବର୍ଷୀୟା ମହିଳାଙ୍କ ସହିତ ଅସଦାଚରଣ ଅଭିଯୋଗରେ ଟିକେଟ୍‌ ନିରୀକ୍ଷକ ଗିରଫ, ଚାକିରିରୁ ନିଲମ୍ବିତ

487 Views

ମୁମ୍ବାଇ: ମୁମ୍ବାଇ ଅଭିମୁଖ ଯାତ୍ରା କରୁଥିବା ଚେନ୍ନାଇ ଏକ୍ସପ୍ରେସରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ସହିତ ଅସଦାଚରଣ ଅଭିଯୋଗରେ ଟିକେଟ୍‌ ନିରୀକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଏହି ଅଘଟଣ ପୁନେ ଷ୍ଟେସନ ନିକଟରେ ହୋଇଥିବା ଜଣାଯାଇଛି।

ଅଭିଯୋଗକାରିଣୀ ମହିଳାଙ୍କ ଅନୁଯାୟୀ ଚେନ୍ନାଇ ଏକ୍ସପ୍ରେସର ଏସ୍‌ -୮ ଡବାରେ ବହୁତ କମ୍‌ ଯାତ୍ରୀ ଥିଲେ। ଏହାର ସୁଯୋଗ ନେଇ ଟିକେଟ୍‌ ନିରୀକ୍ଷକ ମୀଣା ତାଙ୍କ ପାଖରେ ବସି ଅଶ୍ଳୀଳ ଆଚରଣ କରିଥିଲେ। ଏଥିରେ ଭୟଭୀତ ହୋଇ ମହିଳାଜଣକ ନିଜର ସଂପର୍କୀୟଙ୍କୁ ଘଟଣା ସଂପର୍କରେ ଫୋନରେ ସୂଚିତ କରିଥିଲେ। ଏହାପରେ ସେହି ସଂପର୍କୀୟମାନେ ୧୮୨ରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ମାତ୍ରେ ଲୋନବାଲା ଷ୍ଟେସନ୍‌ରେ ଆରପିଏଫ୍‌ର ଯବାନ୍‌ମାନେ ଟ୍ରେନରେ ଚଢିଲେ ଓ କଲ୍ୟାଣ ଷ୍ଟେସନ୍‌ରେ ଟିକେଟ ନିରୀକ୍ଷକଙ୍କୁ ଗିରଫ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଳବାଇ କର୍ତ୍ତୃପକ୍ଷ ଏହାର ତଦନ୍ତ କରିଛନ୍ତି।

ଖାଲି ସେତିକି ନୁହେଁ ଅଭିଯୁକ୍ତ ଟିକେଟ ନିରୀକ୍ଷକଙ୍କ ରେଳବାଇ କର୍ତ୍ତୃପକ୍ଷ ଏହାର ତଦନ୍ତ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଟିକେଟ ନିରୀକ୍ଷକଙ୍କୁ ରେଳବାଇ ଚାକିରିରୁ ନିଲମ୍ବିତ ମଧ୍ୟ କରିଥିବା ଜଣାଯାଇଛି।

By amfnews

Related Post