Sat. May 16th, 2026

ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଦୁଇ ନେପାଳୀ କିଶୋରୀ

229 Views

ମୋତିହାରୀ:ବିହାରର ଚଂପାରଣ ଜିଲ୍ଲାରେ ରବିବାର ଦିନ ଦୁଇ ଜଣ କିଶୋରୀ ଏକ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଭା କୁମାରୀ ଓ କିରଣ ଚୌରାସିୟା ନାମ୍ନୀ ଦୁଇଜଣ କୁଶୋରୀ କନନା ଗ୍ରାମ ନିକଟରେ ଆତ୍ମହତ୍ୟା କରିଛନ୍ତି।

ରକ୍‌ସୌଲ ଥାନା ଅଧିକାରୀ ଅଜୟ କୁମାର କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ଏହି ଦୁଇ କିଶୋରୀ ନେପାଳର ବୀରଗଂଜ ଜିଲ୍ଲାର ବାସିନ୍ଦା। ସେ ଦୁହେଁ ଆତ୍ମହତ୍ୟା କରୁଥିବାର ଦେଖି କେତେକ ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହାପରେ ଦୁଇ କିଶୋରୀ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।ତାପରେ ଶବକୁ ପୋଷ୍ଟମର୍ଟମଲାଗି ପଠାଇଥିଲା ପୁଲିସ୍‌।

By amfnews

Related Post