Fri. Apr 24th, 2026

ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶାଲତା ୱାବଗାଓଁକରଙ୍କ କରୋନାରେ ଦେହାନ୍ତ

411 Views

ମହାରାଷ୍ଟ୍ର, ସେପ୍ଟେମ୍ବର ୨୨ : ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶଲତା ୱାବଗାଓଁକରଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସକାଳେ ସତାରାର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି ।

ସେପ୍ଟେମ୍ବର ୧୭ ତାରିଖରୁ ମହାରାଷ୍ଟ୍ରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ‘ସୋମବାର ସନ୍ଧ୍ୟାଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା। ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।’

ଆଶାଲତା ତାଙ୍କର ଗୋଟିଏ ଫିଲ୍ମର ସୁଟିଂ ପାଇଁ ସତାରା ଯାଇଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ସାତାରାରେ ମରାଠୀ ସିରିଏଲର ସୁଟିଂ ପାଇଁ ଯାଇଥିଲେ। ସେହି ସମୟରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ସେ କରୋନା ସଂକ୍ରମିତ ହୋଇଥିଲେ। ନିଶ୍ବାସ ନେବାରେ ତାଙ୍କୁ ଅସୁବିଧା ହେଉଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା କାରଣରୁ ଆଶାଲତାଙ୍କ ଅନ୍ତିମ ସଂସ୍କାର ସତାରାରେ କରାଯିବ।

ଆଶାଲତା ଅନେକ ଲୋକପ୍ରିୟ ହିଟ୍ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ସେ ଦୀର୍ଘ ଦିନ ଧରି ଥିଏଟର ଏବଂ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ଆଶଲତା ଅନେକ ମରାଠୀ ଚଳଚ୍ଚିତ୍ର ସହିତ କିଛି ବଲିଉଡ ଫିଲ୍ମରେ କାମ କରିଛନ୍ତି । ‘ଅପନେ ପାରାଏ’, ‘ମାହେରଚି ସାଡି’, ‘ଅଙ୍କୁଶ’, ‘ଖୁନ୍‌ କା କର୍ଜ’, ‘ଘାୟଲ’, ‘ବନ୍ଦ ଦରୱାଜା’, ‘ଜଞ୍ଜୀର’, ‘ଚଲତେ ଚଲତେ’, ‘ଉଧାର କା ସିନ୍ଦୁର’, ‘କୁଲି’, ଏବଂ ମହାଦେବ ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ‘ଜଞ୍ଜୀର’ ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ। ଆଶାଲତା ଅମିତାଭ ବଚ୍ଚନଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରିଛନ୍ତି।

By amfnews

Related Post