Wed. Sep 2nd, 2026

ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପୂର୍ବର ଅଭ୍ୟାସ ସଫଳତାର ସହ ସମ୍ପନ୍ନ: ଇସ୍ରୋ

374 Views

ନୂଆଦିଲ୍ଲୀ  : ଜୁଲାଇ ୨୨ ତାରିଖ ଅପରାହ୍ଣ ୨: ୪୩ରେ ଉତ୍‌କ୍ଷେପଣ କରାଯିବାକୁ ଥିବା ଚନ୍ଦ୍ରାୟନ-୨ ଅଭିଯାନର ପ୍ରାକ୍‌ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ହୋଇଛି ବୋଲି ଶନିବାର ଦିନ ଇସ୍ରୋ କହିଛି। ଯେଉଁ ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ ତାରିଖ ଦିନ ଉତ୍‌କ୍ଷେପଣ ବନ୍ଦ ରଖାଯାଇଥିଲା, ତାହା ସଜାଡ଼ି ଦିଆଯାଇଛି।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍‌ କିରଣ କୁମାର କହିଛନ୍ତି, ଜୁଲାଇ ୨୨ ତାରିଖ ଦିନ ଉତ୍‌କ୍ଷେପଣ କରାଯିବାକୁ ଚନ୍ଦ୍ରାୟନ-୨ ପ୍ରସ୍ତୁତ ହୋଇ ରହିଛି। ଅଗଷ୍ଟ ୧୪ ତାରିଖ ଦିନ ଆମେ ଚନ୍ଦ୍ର ଆଡ଼କୁ ଗତି କରି ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚାହୁଁଛୁ। ସବୁ କାମ ଜୋର୍‌ସୋର୍‌ରେ ଚାଲିଛି ଏବଂ ୨୨ ତାରିଖରେ ଉତ୍‌କ୍ଷେପଣ ପାଇଁ ଆମେ ପ୍ରସ୍ତୁତି କରୁଛୁ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ। ଏହି ମହାକାଶ ଯାନରେ ରହିଛି ଗୋଟାଏ ଅର୍ବିଟର୍‌, ଗୋଟିଏ ଲ୍ୟାଣ୍ଡର୍‌ ଏବଂ ଗୋଟିଏ ରୋଭର୍‌। ଏହାର ସମୁଦାୟ ଓଜନ ୩. ୮ ଟନ୍‌। ଏ ବର୍ଷ ସେପ୍ଟେମ୍ବର ୬ କିମ୍ବା ୭ ତାରିଖ ଦିନ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ବୋଲି ଆଶା କରାଯାଉଛି।

By amfnews

Related Post