Fri. Jul 3rd, 2026

ଚତୁର୍ଥ ସ୍ତ୍ରୀଙ୍କୁ ଭେଟିପାରବେନି ସ୍ୱାମୀ ବୋଲି ମିଳିଲା ନିର୍ଦ୍ଦେଶ

291 Views

ମୁମ୍ବାଇ, ଜାନୁଆରୀ ୧୯ : ବମ୍ବେ ଉଚ୍ଚ ନ୍ୟାୟାଳୟ ଜଣେ ମହିଳାଙ୍କ ଅଭିଯୋଗରେ ୪୭ ବର୍ଷୀୟ ପୁରୁଷଙ୍କୁ ତାଙ୍କର ଚତୁର୍ଥ ପତ୍ନୀଙ୍କୁ ଭେଟିବାରୁ ବାରଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ପୀଡ଼ିତା ମହିଳାଙ୍କ ଅନୁଯାୟୀ ଅଭିଯୁକ୍ତ ତାଙ୍କୁ ମିଛ କହି ବାହା ହୋଇଥିଲେ। ଶ୍ୱଶୂର ଘର ଲୋକେ ତାଙ୍କୁ ଦୁଇ ମାସର ଶିଶୁକୁ ଦେବାକୁ ବି ଦାବି କରୁଛନ୍ତି।
୨୨ ବର୍ଷୀୟା ଏହି ମହିଳା ଜଣାଇଛନ୍ତି ଯେ ସ୍ୱାମୀ ଏକ ଜାଲିଆତି ମାମଲାରେ ଗିରଫ ହୋଇ ଦୁବାଇରେ ଜେଲ୍‌ରେ ଅଛନ୍ତି। ବାହାଘର ଆଗରୁ ସ୍ୱାମୀ ତାଙ୍କୁ ଲୁଚାଇ ରଖିଥିଲେ ଯେ ସେ ତିନି ଥର ବାହା ହୋଇଥିଲେ। ଏହି ଅଭିଯୋଗ ଘରୋଇ ହିଂସାରେ ମହିଳାଙ୍କୁ ସଂରକ୍ଷଣ(ଡିବି) ଆଇନ୍‌,୨୦୦୫ ଅନୁଯାୟୀ ରୁଜ୍ଜୁ କରାଯାଇଥିଲା।

ପୀଡ଼ିତା ମହିଳା ଅଭିଯୋଗ କରିଥିଲେ ଯେ ସ୍ୱାମୀ,ଶାଶୁ ଓ ନଣନ୍ଦ ତାଙ୍କୁ ନିଜର ଦୁଇ ମାସର ଶିଶୁକୁ ଫେରାଇବାକୁ ଧମକ ଦେଉଛନ୍ତି। ମହିଳା ଜଣକ ମ୍ୟାଜିଷ୍ଟ୍ରେଟ୍‌ କୋର୍ଟରୁ ନିରାଶ ହେବା ପରେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ସେଠାରେ ମହିଳା ବିଚାରପତି ମୃଦୁଳା ଭାଟବର ଧାରା ୨୩ ଅନୁଯାୟୀ ମହିଳାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସ୍ୱାମୀଙ୍କ ପୂର୍ବ ରେକର୍ଡ ଅପରାଧିକ ଥିବା ହେତୁ ପୀଡ଼ିତାଙ୍କୁ ସୁରକ୍ଷା ଦିଆଯିବକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।

By amfnews

Related Post