Fri. Apr 24th, 2026

ଘରେ ଶେଇଥିବା ଅବସ୍ଥାରେ ବଜ୍ରପତରେ ଯୁବକ ମୃତ୍ୟୁ

312 Views

ତିହିଡି : ଏମିତି ବି ମୃତ୍ୟୁ ଆସିଥାଏ। ବଜ୍ରପାତ ଭୟରେ ସ୍ବାମୀ ସ୍ତ୍ରୀ ରୋଷେଇ ଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ସ୍ବାମୀର ମୃତ୍ୟୁ ହୋଇଛି। ସ୍ତ୍ରୀର ଆଖି ଆଗରେ ସ୍ବାମୀ ଡହଳ ବିକଳ ହୋଇ ଆରପାରିକୁ ଚାଲି ଯାଇଥିବା ସମଗ୍ର ଅଞ୍ଚଳବାସୀଙ୍କୁ ଆଚମ୍ବିତ କରିଛି।
ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ୪.୩୦ ଘଟିକାରେ ଆରମ୍ଭ ହୋଇଥିଲା ଘଡଘଡି ସହ ବର୍ଷା ଓ ବଜ୍ରପାତ। ତିହିଡି ତହସିଲ ଅଧିନ କାଁପଡା ପଞ୍ଚାୟତ ଚିଲପଦା ଗାଁର ଘାଉଲୀ ମଳିକଙ୍କ ପୁଅ ରମେଶ ମଳିକ(୫୦) ଓ ତାଙ୍କ ସ୍ତ୍ରୀ ବାଡିରେ କାମ କରୁଥିବା ବେଳେ ବଜ୍ରପାତକୁ ଭୟ କରି ରୋଷେଇ ଘରେ ଆଶ୍ରୟ ନେଇଥିଲେ। ପରସ୍ପର କଥାବାର୍ତ୍ତା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ରମେଶ ଟଳି ପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ୨୯/୧୯ ରୁଜୁ କରିବା ସହ ଶବକୁ ଜବତ୍‌ କରିଛି। ରମେଶଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post