Fri. May 15th, 2026

ଘରୁ ରାଗି ଭାଇକୁ ଭେଟିବାକୁ ଯାଉଥିବା ସମୟରେ ବସ ଭିତରେ ଦୁଷ୍କର୍ମର ଶିକାର ହେଲା ଭଉଣୀ

305 Views

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଲୋକଙ୍କ ଉପରେ ରାଗି ଘରୁ ବାହାରି ଆସିଥିବା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Image result for minor-girl-rape-bus-biaora-rajgarh-mp-news
ରାଜଗଡ଼ ଜିଲ୍ଲା ମୁଠାଲିଆରେ ବସବାସ କରୁଥିବା ନାବାଳିକା ସ୍ୱପ୍ନା (ଛଦ୍ମନାମ) ନିଖୋଜ ହୋଇଯାଇଥିବା ପରିବାର ଲୋକ ମୁଠାଲିଆ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ନାବାଳିକାଙ୍କୁ ଖୋଜିବା ପାଇଁ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି, ନାବାଳିକା ପରିବାର ଲୋକଙ୍କ ଉପରେ ରାଗି ଯାଇ ଘରୁ ଚାଲି ଆସି ଭାଇ ପାଖକୁ ଇନ୍ଦୋର ଯିବାକୁ ବାହାରିଥିଲେ। ମୁଠାଲିଆ ବସ୍‌ରେ ବସି ବାଇଓରା ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ବସ୍‌ଟି ବାଇଓରା ବସ୍‌ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ଏହି ସମୟରେ ସ୍ୱପ୍ନାକୁ ଏକା ଥିବା ଦେଖି ବସ୍‌ ଭିତରେ ରାଜୀବ ଅହିରଓ୍ଵାର ଓ ତାର ସାଙ୍ଗ ମିିଶି ଦୁଷ୍କର୍ମ କରିଥିଲେ।

ପୁଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଦୁଷ୍କର୍ମର ଧାରା ୩୭୬ ସହିତ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି। ଏଥିସହିତ ଦୁଷ୍କର୍ମକାରୀ ଅହିରଓ୍ଵାରକୁ ପୁଲିସ ଗିରଫ କରିଛି।

By amfnews

Related Post