Wed. Sep 30th, 2026

ଘରପଛ ବାରିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ୧୯ ବର୍ଷୀୟ ଝିଅ ମୃତ

218 Views

ଓ୍ଵିଇଲୋ ଗ୍ରୋଭ୍‌  : ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା ଜଣେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ୧୯ ବର୍ଷୀୟ ଝିଅଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନେ ହେଲେ ୬୦ ବର୍ଷିୟ ଯଶବୀର ଖୁରାନା, ତାଙ୍କ ୫୪ ବର୍ଷୀୟ ପତ୍ନୀ ଦିବ୍ୟା ଖୁରାନା ଏବଂ କନ୍ୟା କିରଣ। ସେମାନେ ଫିଲାଡେଲ୍‌ଫିଆ ଉପନଗର ଅନ୍ତର୍ଗତ ଲୋଅର୍‌ ମେରିଅନ୍‌ ଟାଉନ୍‌ସିପ୍‌ର ବାସିନ୍ଦା। ୨୦୦୨ରୁ ଡକ୍ଟର୍‌ ଖୁରାନା ଥିଲେ ଟେମ୍ପଲ୍‌ ୟୁନିଭର୍ସିଟିର କାଜ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ରେ ପାଥୋଲଜି ଆଣ୍ଡ୍‌ ଲାବରେଟରିର ପ୍ରଫେସର। ତାଙ୍କ ପତ୍ନୀ ଦିବ୍ୟା ଥିଲେ ସେଣ୍ଟ୍‌ ଖ୍ରିଷ୍ଟୋଫର୍‌ସ୍‌ ହସ୍‌ପିଟାଲ୍‌ ଫର୍‌ ଚିଲ୍‌ଡ୍ରେନ୍‌ରେ ପେଡିଆଟ୍ରିକ୍‌ ନ୍ୟୁରୋଲଜିଷ୍ଟ୍‍।


ଉତ୍ତରପୂର୍ବ ଫିଲାଡେଲ୍‌ଫିଆର ବିମାନବନ୍ଦରରୁ ଓହିଓର କଲମ୍ବସ୍‌ ଯିବା ପାଇଁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଫିଲାଡେଲଫିଆର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍‌ ଦୂରସ୍ଥିତ ଓ୍ଵିଲୋ ଗ୍ରୋଭ୍‌ରେ ବିମାନଟି ଖସି ପଡ଼ିଥିଲା।

ତଳେ ପଡ଼ିବା ପୂର୍ବରୁ ବିମାନଟି କେତେଗୁଡ଼ିଏ ଗଛରେ ପିଟି ହୋଇଥିଲା। ବିମାନର ଭଗ୍ନାଂଶ ସବୁ ଚାରି ଜଣଙ୍କ ବାଡ଼ିରେ ପଡ଼ିଛି ବୋଲି ଅପର୍‌ ମୋର୍‌ଲାଣ୍ଡ୍‌ ପୁଲିସ ମୁଖ୍ୟ ମାଇକେଲ୍‌ ମର୍ଫି କହିଛନ୍ତି। ଭାଗ୍ୟକୁ ତଳେ କୌଣସି ବ୍ୟକ୍ତି ମୃତାହତ ହୋଇ ନାହାନ୍ତି କି, କୌଣସି ଘରବାଡ଼ି ନଷ୍ଟ ହୋଇ ନାହାନ୍ତି।

By amfnews

Related Post