Sat. Jul 25th, 2026

ଘରକୁ ଫେରୁଥିବା ବେଳେ ଭିଏଲ୍‌ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ

183 Views

କେନ୍ଦ୍ରାପଡ଼ା  : ବେଆଇନ ଭାବେ ଇନ୍ଦିରା ଆବାସ କରାଇ ଦେବାକୁ ଅରାଜି ହେବାରୁ ଆକ୍ରମଣର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗୋଲର୍ ହାଟ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ନିହାର ରଞ୍ଜନ ଥାଟୋଇ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନିହାରଙ୍କ ଅଭିଯୋଗ ଅନୁଯାୟୀ, ଗୋଲର୍ ହାଟ ପଞ୍ଚାୟତର ଜଣେ ବ୍ୟକ୍ତି ଗୋଟିଏ  ଇନ୍ଦିରା ଆବାସ ପାଇଁ ବେଆଇନ ଭାବେ ଦୁଇ ଥର ବିଲ୍ କରିବାକୁ ତାଙ୍କୁ କହିଥିଲେ। ଏ ନେଇ ସେ ବାରମ୍ବାର ତାଙ୍କ ଉପରେ ଚାପ ମଧ୍ୟ ପକାଉଥିଲେ। ତେବେ ଏଥିରେ ବିଫଳ ହେବା ପରେ ଉତ୍ତ୍ୟକ୍ତ ବ୍ୟକ୍ତି ସୁଯୋଗ ଅପେକ୍ଷାରେ ଥିଲେ।

ଗତକାଲି ନିହାର ଅଫିସ କାମ ସାରି ନିଜ ଘର ବିଲ ମୁଗବାଡ଼ିକୁ ଫେରୁଥିଲେ।  ଛତା ଚ୍ଛକ ଠାରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଅନ୍ୟ ୫ଜଣ ସହଯୋଗୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଡେରାବିଶ ବ୍ଳକ ବିଡିଓ ଗୋପବନ୍ଧୁ ଭୋସାଗର ସ୍ଥାନୀୟ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

By amfnews

Related Post