Thu. Sep 3rd, 2026

ଘର ତିଆରି କଥାରୁ ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ନିହତ

239 Views

ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା ମୁର୍ମୁ।

ଗତ ସନ୍ଧ୍ୟାରେ ୨୪ ବର୍ଷିୟ ବଡ଼ଭାଇ ରେପା ମୁର୍ମୁ ଧାନ ଜଗିବାକୁ ବାହାରିଥିବା ବେଳେ ସାନଭାଇ କରମା ତାକୁ ଘର ତିଆରି କରାଯିବା ନିମନ୍ତେ ଟଙ୍କା ମାଗିଲା। ଏଥିରେ ରାଗି ଯାଇ ରେପା ଗୋଟାଏ ଟାଙ୍ଗିଆରେ କରମାକୁ ହାଣି ପକାଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ସକାଳେ ଦଇତାରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତତାୟୀ ରେପାକୁ ଗିରଫ କରିଛି। ବ୍ୟବଚ୍ଛେଦ ନିମନ୍ତେ କରମାର ଶବକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

By amfnews

Related Post